April 25, 2026

ଗଞ୍ଜାମ ସହରରେ ବିଜେଡି ଦଳ ର ଜନ ଜାଗରଣ ସଭା

bghn
Share

 

 

ଗଞ୍ଜାମ ସହର ବଡବଜାରରେ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ଜନ ଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି l ଯୁବନେତା ସୁଦାମ ଚରଣ ଜେନା ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ନେତାମାନେ ମଞ୍ଚାସିନ ହୋଇ ବିଜେଡି ସପକ୍ଷରେ ଯୋଡି ଶଙ୍ଖରେ ଆସନ୍ତା 13 ତାରିଖରେ ହେବାକୁଥିବା ନିର୍ବାଚନରେ ଭୋଟ ଦେଇ ବ୍ରହ୍ମପୁର ସାଂସଦ ପାର୍ଥୀ ଭୃଗୁ ବକ୍ସିପାତ୍ର ଓ ଛତ୍ରପୁର ବିଧାୟକ ପାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କୁ ଭୋଟ ଦେଇ ବିପୁଳ ସଂଖ୍ୟାରେ ଯୋଡି ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ଜନତାଙ୍କ ଜାଗରଣ ସଭା କରିଥିଲେ l ଷଷ୍ଠ ଥର ପାଇଁ ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇ ଓଡିଶାକୁ ବିକାଶଶୀଳ ରାଜ୍ୟରେ ପରିଗଣିତ କରିବା ପାଇଁ ପରାମର୍ଶ ଦେଇଥିଲେ l
ଛତ୍ରପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ନାରାୟଣ ଜେନା, ଗଞ୍ଜାମ ମହାବିଦ୍ୟାଳୟ ପୂର୍ବତନ ସଭାପତି ତଥା ପୂର୍ବତନ ପରିଚାଳନା କମିଟି ସଭ୍ୟ ବେନୁ ଦାଶ, ଶ୍ରମିକ ନେତା ଶଙ୍କର ଦାଶ, ନୀଳମାଧବ ବେହେରା, ସୁଧିର ପାଢ଼ୀ, ରାକେଶ ରଞ୍ଜନ ଦାସ, ରଙ୍କନାଥ ପଲାଇ,ଗୌରୀ ଶଙ୍କର ବାରିକି, ନବକୃଷ୍ଣ ପଣ୍ଡା,ସୁରେନ୍ଦ୍ର ବାରିକି, ନୀଳାଞ୍ଚଳ ବାରିକି, ସୁଜାତା ମହାନ୍ତି, ସଂଯୁକ୍ତା ଦାଶ, ସବିତା ବେହେରା, ମହାଲକ୍ଷ୍ମୀ ନାୟକ, ପୁରୁଷୋତ୍ତମ ସାହୁ, ପି. ଚନ୍ଦ୍ରଶେଖର,ଶିବ ଜେନା ପ୍ରମୁଖ ଙ୍କ ସହ ଅନ୍ୟମାନେ ମଞ୍ଚାସିନ ହେବା ସହ ବିଜେପି ଉପରେ ବର୍ଷିଥିଲେ l ଶେଷରେ ରମେଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l(ପ୍ରଦୀପ କୁମାର ପଣ୍ଡା)