May 30, 2025

ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ 

Share

 

କୋଲନରା : (ସଞ୍ଜୀବ କଣ୍ଡାଗରୀ )ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ସ୍ୱାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ।ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଯାଇଛି

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ବାଙ୍କିଲି ସଦର ଗ୍ରାମ ପଞ୍ଚାୟତର ଶ୍ରୀ ବାଙ୍କେଶ୍ଵର ମନ୍ଦିର ପଡିଆ ଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଯାଇଛି | ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ କଟକର ବାଲିଯାତ୍ରା ପଡିଆ ଠାରୁ ଆଭାଷୀ ମାଧ୍ୟମରେ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି | କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନେତା କାଳିରାମ ମାଝୀ, ଶିବ ପଟ୍ଟନାୟକ, କୋରାପୁଟ ଲୋକ ସଭା ସାଂସଦ ପ୍ରତିନିଧି ଆଇ ଗୋବର୍ଦ୍ଧନ ରାଓ, ଜିଲ୍ଲା ପରିଷଦ ସଭ୍ୟା ସୁନୀତା ତାଡିଙ୍ଗି, ସ୍ଥାନୀୟ ସରପଞ୍ଚ ବାଙ୍କିଲି କୁନି ମାଣ୍ଡାଙ୍ଗି, ସମିତି ସଭ୍ୟା ସୁଜାତା ତୁଳ, କୈଳାସପୁର ସରପଞ୍ଚ ହେମାବତୀ କଣ୍ଡାଗରି, ବିଜେପି କର୍ମୀ ହଳଧର ମିଶ୍ର ସହ ଅନ୍ୟ ମାନେ ଉପସ୍ଥିତ ଥିଲେ | ଓଡ଼ିଶାର ଜନସାଧାରଣଙ୍କ ପାଇଁ ସମନ୍ଵିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ସମଗ୍ର ଓଡିଶାରେ କାର୍ଯ୍ୟକାରୀ ହେବା ସହ ଏହି ସମନ୍ଵିତ ଯୋଜନାରେ ରାଜ୍ୟର ୧.୦୩ କୋଟି ପରିବାରର ୩.୦୬ କୋଟି ହିତାଧିକାରୀ ଉପକୃତ ହେବେ ଏବଂ ସେମାନଙ୍କ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟଙ୍କ ନିମନ୍ତେ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସେବା ମିଳିବା ନେଇ ଆଭାସୀ ମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ | ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଏହି ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯିବ ବୋଲି ଶ୍ରୀମତୀ ପ୍ରଧାନ ଘୋଷଣା କରିଥିଲେ l

ସେହିପରି ରେଖାପଦର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି କାର୍ଡ ବଣ୍ଟନ କରାଯାଇଥିଲା | ସେହିପରି ରେଖାପଦର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ନୋଡାଲ ଅଧିକାରୀ ଭାବେ କୋଲନରା ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ବ୍ଲକ ନୋଡାଲ ଅଧିକାରୀ ଭାବେ ବି ଏଫ ଓ ଗଣେଶ୍ୱର ଭଟ୍ଟ, ଡବ୍ଲ୍ୟୁ ଇ ଓ ଦେବାଶିଷ ମୁଣ୍ଡ, ଏମ ଆଇ ଅନୀଲ କୁମାର ଗମାଙ୍ଗ ଯୋଗ ଦେଇଥିବା ବେଳେ ଏଠାରେ ଭୋଇମଡା ସରପଞ୍ଚ ସୋମନାଥ ହେପ୍ରିକା, କାଟିକଣା ସରପଞ୍ଚ ବିଜୟ ମାଣ୍ଡାଙ୍ଗି ଓ ରେଖାପଦର ଗ୍ରାମ ପଞ୍ଚାୟତ ର ୨୫ ଜଣ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରାଯାଇଛି। ଡାକ୍ତର ଅଭିଷେକ ସାହୁ ଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚ ଗୋପାଳ ପିର୍ବାକା, ସମିତି ସଭ୍ୟ ସରୋଜ ପାଣ୍ଡୁ ,ପିଇଓ ଯୋଗେଶ ପେଦେଣ୍ଟି, ମଦନ ନାୟକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ବଡ଼ ଖିଲାପଦର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଜିଲ୍ଲା ନୋଡାଲ ଅଫିସର ଅତିରିକ୍ତ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ରାୟଗଡା, ମେଡ଼ିକାଲ ଅଫିସର କୋଲନରା ସି ଏଚ ସି ଡାକ୍ତର ଜି ଶୈଳଜା, ବ୍ଲକ ନୋଡାଲ ଅଫିସର ଲକ୍ଷ୍ମୀ ନାରାୟଣ ପାତ୍ର, ପୋଗ୍ରାମ ନୋଡାଲ ଅଫିସର ଭାବେ ଜି ପି ଡି ଓ ପ୍ରଶାନ୍ତ କୁମାର ପାଢୀ, ମୁକୁନ୍ଦପୁର, ସୁରୀ ଓ ବଡ ଖିଲାପଦର ସରପଞ୍ଚ ,ସମିତି ସଭ୍ୟ, ସ୍ୱାସ୍ଥ୍ୟ ବିଭାଗ,ବ୍ଲକ କର୍ମଚାରୀ ସମେତ ୧ ହଜାରରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ। ଏଠାରେ ୨୫ ଟି କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା।