ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗର ୪୯ତମ ବାର୍ଷିକ ଉତ୍ସବ ‘କମଔରା – ୨୦୨୫’ ପାଳିତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗର ୪୯ତମ ବାର୍ଷିକ ଉତ୍ସବ ‘କମଔରା – ୨୦୨୫’ ପାଳନ ହୋଇଯାଇଛି। ଏହି ଉତ୍ସବ ୨ଦିନ ଧରି (୧୦-୧୧ ଅପ୍ରେଲ, ୨୦୨୫) ହୋଇଥିଲା।ଉତ୍ସବର ଶୁଭାରମ୍ଭ କୁଳସଙ୍ଗୀତ ଗାନ ରେ ହୋଇଥିଲା ।ବିଭାଗର ସଂଯୋଜକ ଶ୍ରୀଯୁକ୍ତ ଶକ୍ତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀଯୁକ୍ତ ନିତ୍ୟ ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଦିନରେ ସଭାରେ ବିଭାଗର ପୂର୍ବତନ ପ୍ରଫେସର ଗୌରୀ ଶଙ୍କର ଲାଲ୍ ଅତିଥି ରୂପେ ଯୋଗଦେଇ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଗଙ୍ଗା ପ୍ରସାଦ ପଣ୍ଡା ସ୍ମାରକି ବକ୍ତୃତା ଦେଇଥିଲେ | ସଭାର ପରିସମାପ୍ତି ପରେ ବିଭିନ୍ନ ପ୍ରତିଯୋଗିତା ଯଥା ବିଜିନେସ କୁଇଜ୍, ଆଇଡିଆ ହାକ୍କାଥନ, ଆଡ୍ ମ୍ୟାଡ ସୋ, ଜଷ୍ଟ ଏ ମିନିଟ୍, ବିଜନେସ କେସ ଏନାଲିସିସ ଇତ୍ୟାଦିରେ ବିଭିନ୍ନ ଅନୁଷ୍ଠାନରୁ ବାଣିଜ୍ୟ ଓ ବୈଷୟିକ ବିଭାଗର ୧୩୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଶେଷରେ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ଆଲୁମିନି ମିଟିଂ ର ଆୟୋଜନ କରାଯାଇଥିଲା। ଏହି ସଭାରେ ଆଗକୁ ବିଭାଗର ୫୦ ବର୍ଷ ପୂର୍ତ୍ତି ନିମନ୍ତେ କିପରି ବିଭିନ୍ନ କାର୍ଯ୍ୟ କ୍ରମ କରାଯାଇପାରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା।
ଦିତୀୟ ଦିନର ଆରମ୍ଭରେ ପ୍ରଫେସର ପ୍ରମୋଦ କୁମାର ସାହୁ ସ୍ମାରକୀ ବକ୍ତୃତା ଆୟୋଜନ କରାଯାଇଥିଲା ଏବଂ ଏହି ସଭାରେ ଟାଟା ଷ୍ଟିଲ୍ ର ମାର୍କେଟିଂ ବିଭାଗ ମୁଖ୍ୟ ଶ୍ରୀ ବରୁଣ ଚାନ୍ଦ ବି ଅତିଥି ରୂପେ ଯୋଗଦେଇ ପିଲାମାନଙ୍କୁ ବକ୍ତୃତା ଦେଇଥିଲେ। ଏହା ପରେ ବିଭାଗର ନୂତନ ଭାବେ କରାଯାଇଥିବା ‘ବ୍ୟବସାୟ ଐତିହ ପ୍ରକୋଷ୍ଠ କୁ ” ଉଦ୍ଘାଟନ କରାଯାଇଥିଲା। ପରେ ପରେ ବାର୍ଷିକ ଉତ୍ସବ ସଭା ର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମୁଖ୍ୟ ଅତିଥି, ସ୍ନାତ୍ତକୋତ୍ତର ବିଭାଗ ପରିଷଦ ର ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ସମ୍ମାନନୀୟ ଅତିଥି, ଟି.ପୀ.ଏସ.ଓ.ଡି. ଏଲ୍. ଗଞ୍ଜାମ ର ସି. ଏଫ୍. ଓ. ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ବିଜୟ ମହାନ୍ତି ସମ୍ମାନୀୟ ଅତିଥି ରୂପେ ଯୋଗଦେଇଥିଲେ। ଏହି ସଭାରେ ବିଭାଗର ସଂଯୋଜକ ଶକ୍ତି ରଂଜନ ଦାଶ ଅତିଥି ପରିଚୟ ଦେବାସହ ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାରେ ମାଣ୍ଡିଆ ରାଣୀ ଡଃ ରାଇମତି ଗିହୁରୀୟା ଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ନାରୀ ସମ୍ମାନ ଏବଂ ଶ୍ରୀ ହରି ପାଙ୍ଗୀଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଭାଗର ସହକାରୀ ପ୍ରଫେସର ଡଃ ମହେଶ୍ୱର ସେଠି, ଡଃ ଜୀନତା ପଟ୍ଟନାୟକ ମାନପତ୍ର ପାଠ କରିଥିଲେ ଓ ଡଃ ଚନ୍ଦ୍ରିକା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦ୍ଵାରା ସମ୍ମାନିତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା। ଏହି ସଭାରେ ବିଭାଗର ଅତିଥି ଅଧ୍ୟାପକ ବିଦ୍ୟାଧର ବେହେରା, ବିଭାଗର କାର୍ଯ୍ୟକର୍ତ୍ତା ସରିପା କୁମାର ପ୍ରଧାନ ଓ ଲୋକନାଥ ନାୟକ ଆଦି ସହଯୋଗ କରିଥିଲେ।
ବ୍ରହ୍ମପୁର ରୁ ଲମ୍ବୋଦର ସାହୁ ଙ୍କ ରିପୋର୍ଟ