April 13, 2025

କେନ୍ଦୁଝରରେ ଚାଞ୍ଚଲ୍ୟ: କାକାର କଟାମୁଣ୍ଡ ଧରି ଫାଣ୍ଡିରେ ପହଞ୍ଚିଲା ପୁତୁରା

Share

 

 

 

ରକ୍ତ ସମ୍ପର୍କରେ ପଡିଲା ରକ୍ତର ଛିଟା। ପେଟ ଭିତରେ କୁହୁଳୁ ଥିବା ନିଆଁ ନେଲା ବିସ୍ଫୋରକ ରୂପ। ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ। ବିଲ ମଝିରେ ଖେଳିଲା ରକ୍ତର ନଦୀ। ନୃଶଂସତାର ସବୁ ସୀମା ଟପିଲା ପୁତୁରା। ଦାଦାର ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଲା। ଆଉ କଟା ମୁଣ୍ଡକୁ ହାତରେ ଧରି ପହଞ୍ଚିଲା ଥାନାରେ। ଏପରି ଘଟଣା ଘଟିଛି କେନ୍ଦୁଝର ସଦର ଥାନା ତଳ କଇଁସାରି ଗାଁରେ ଘଟିଛି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ ନେଇ ପୁତୁରା କବି ଦେହୁରୀ ସମ୍ପର୍କୀୟ କକା ହରି ଦେହୁରୀଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ମୁଣ୍ଡକୁ ଧରି ଶୁଆକାଟୀ ଫାଣ୍ଡିରେ ଆତ୍ମସମର୍ପଣ କରିଛି। ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।

 

ସୂଚନା ଅନୁସାରେ ଗତକାଲି ରାତିରେ ଗାଁରେ ଦଣ୍ଡ ନାଚ ଚାଲିଥିଲା। ଗାଁରେ ସମସ୍ତେ ନାଚ ଦେଖିବାରେ ମସଗୁଲ ଥିବା ବେଳେ ଘରୋଇ କଳିରେ ରାଗ ରଖିଥିବା ପୁତୁରା କବି ଦେହୁରୀ କକା ହରି ଦେହୁରୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ରାତି ୧୦ଟା ପାଖାପାଖି ସମୟରେ ସୁଯୋଗ ଦେଖି ଗାଁ ପାଖ ବିଲମାଳିରେ କକା ହରିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁତୁରା କବି। ଏହା ପରେ କକାର କଟା ମୁଣ୍ଡ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଥିଲା।

ଖବର ପାଇ ଘଟଣା ସ୍ଥଳରେ ସଦର ପୁଲିସ ପହଞ୍ଚି ତଦନ୍ତ କରୁଛି। ଅଭିଯୁକ୍ତ ପୁତୁରାକୁ ପଚରାଉଚରା କରୁଛି ପୁଲିସ।