November 22, 2024

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ପଡିଆବାହାଲ ମଙ୍ଗଳବାର ସାପ୍ତାହିକ ହାଟରେ ଏଥର ମିଳିବ ମିଶନଶକ୍ତି ମହିଳାଙ୍କ ଦ୍ୱାରା ଉତ୍ପାଦିତ ପନିପରିବା

Share

                                                                                                                                                                                                       ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ପଡିଆବାହାଲ ମଙ୍ଗଳବାର ସାପ୍ତାହିକ ହାଟରେ ଏଥର ମିଳିବ ମିଶନଶକ୍ତି ମହିଳାଙ୍କ ଦ୍ୱାରା ଉତ୍ପାଦିତ ପନିପରିବା।ଏଥିପାଇଁ ଆଜି ଏକ ସ୍ୱତନ୍ତ୍ର ବଜାରକୁ ବାହାମ ସରପଞ୍ଚ ସରସ୍ବତୀ ଭୋସାଗର ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଛନ୍ତି। ଓଡ଼ିଶା ଜୀବିକା ମିଶନ ଓ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଜୈବିକ ଉତ୍ପାଦିତ ପନିପରିବା ବିକ୍ରୟ କରିବା ପାଇଁ ଏହି ହାଟ ଖୋଲାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ଜୀବିକା ମିଶନ ଡିପିଏମ ଡଃ.ପୁଷ୍ପଶ୍ରୀ ନାୟକ ଯୋଗଦେଇ ଜୈବିକ ଉତ୍ପାଦିତ ଫସଲର ଉପକାରିତା ଓ ସ୍ୱାସ୍ଥ୍ୟ ପାଇଁ କେତେ ଫଳପ୍ରଦ ସେ ସଂପର୍କରେ ବୁଝାଇ ଜୈବିକ ଉତ୍ପାଦିତ ଫସଲ ପ୍ରତି ସମସ୍ତେ ଜତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ।ଏଥିପାଇଁ ବାହାମ ଗ୍ରାମ ପଞ୍ଚାୟତ ଜୟଦୁର୍ଗା ପାଠାଗାରରେ ଏକ ସଭା ଆୟୋଜିତ ହୋଇଥିଲା। ଫେସର ମାଷ୍ଟର ଟ୍ରେନର ଲୀନାରାଣୀ ସାହୁ ସଂଯୋଜନା କରି ସଭାରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ସଭ୍ୟାମାନେ କେଉଁ ଗ୍ରାମରେ କେତେ ଫସଲ ଅମଳ ହେଉଛି କେତେ ପରିବାର ଜୈବିକ କୃଷି ସାମଗ୍ରୀ ଉତ୍ପାଦନ କରୁଛନ୍ତି ଆଉ କ’ଣ କ’ଣ ଚାଷ କରୁଛନ୍ତି ତାର ତାଲିକା ପ୍ରଦାନ କରାଯାଇଥିଲେ|ସେହି ଚାଷୀ ତାଙ୍କ ଜୈବିକ ଉତ୍ପାଦିତ ଫସଲକୁ ଆଣି ହାଟରେ ବସାଇବା ନିଷ୍ପତ୍ତି ନିଆଯାଇଥିଲା । ଏଣିକି ପ୍ରତି ମଙ୍ଗଳବାର ସାପ୍ତାହୀକ ହାଟରେ ଏହି ଜୈବିକ ଉତ୍ପାଦିତ ଫସଲ ବିକ୍ରି କରାଯିବ ବୋଲି ଘୋଷଣା କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବାହାମ ଗ୍ରାମ ପଞ୍ଚାୟତ ସରପଞ୍ଚ ସରସ୍ବତୀ ଭୋସାଗର ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ସଂଜୀବ କୁମାର ସାହୁ,ଏମବିକେ ଦିପ୍ତି ରାଣୀ ପଣ୍ଡା ଓ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ଅତିଥି ଭାବେ ଯୋଗ ଦେଇ ଜୈବିକ ଉତ୍ପାଦିତ ପନିପରିବା ଓ ଫସଲର ଗୁଣାତ୍ମକ ଦିଗ ଉପରେ ବିଭିନ୍ନ ଉଦାହରଣ ଦେଇ ଏହି ହାଟକୁ ବଳବତ୍ତର ରଖିବାକୁ ପରାମର୍ଶ ଦେଇଥିଲେ ।ଏହି ବଜାରକୁ ବାହାମ,ଡଙ୍ଗରପଡା,ଘେନୁପାଲି,ନୂଆଁବରଙ୍ଗାମାଲ,ମେଘପାଳ ସହିତ ଜମନକିରା ବ୍ଲକର ଖରସନମାନ,ମୁଣ୍ଢେନପାଲି, ବଡରମା ପ୍ରଭୃତି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଜୈବିକ ପନିପରିବା ଯଥା ଆଳୁ, ପିଆଜ, ଶାଗ, ବାଇଗଣ, ଟମାଟ, ଭେଣ୍ଡି, କାକୁଡି, ଶିମ୍ବ, ଝୁଡ଼ଙ୍ଗ, ବୋଇତି କଖାରୁ, ଲଙ୍କା, କୋବି, କଲରା, ଲାଉ, ମକା, ସାରୁ ଇତ୍ୟାଦି ପନି ପରିବା ବିକ୍ରିକରାଯାଇଥିଲା। ପ୍ରଥମ କରି ଏଭଳି ସ୍ବତନ୍ତ୍ର ହାଟ ଆରମ୍ଭ ହୋଇଛି । ଯାହାଦ୍ବାରା କି ଏହି ଅଞ୍ଚଳର ଚାଷୀ ମାନେ ବଜାର ସୁବିଧା ପାଇପାରିବେ। ତାଙ୍କ ଜୈବିକ ଉତ୍ପାଦର ମୂଲ୍ୟ ଠିକ ଭାବରେ ପାଇପାରିବେ । ବିଶେଷକରି ବାହାମ ପଞ୍ଚାୟତରେ ଜୈବିକ ଚାଷୀ ସଂଖ୍ୟା ବଢେଇବା ସହିତ ସମସ୍ତେ ଯେମିତି ତାଙ୍କ ଉତ୍ପାଦିତ ଜିନିଷକୁ ଉଚିତ ମୂଲ୍ୟରେ ବିକ୍ରି କରିପାରିବେ ସେ ବିଷୟରେ ନିଶ୍ଚିତ କରାଯାଇଥିଲା।ମା ବୈଷ୍ଣବୀ ମହାସଂଘ ବାହାମ ଓ ଏସଏଜି ମହାସଂଘ ଡଙ୍ଗରପଡା ଦ୍ୱାରା ଏହି ବଜାର ଆଜି ଆରମ୍ଭ ହୋଇଛି। ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ଅଧୀନରେ ଥିବା ଆଞ୍ଚଳିକ ମଞ୍ଚ ଗୁଡ଼ିକ ପାଳିକରି ପ୍ରତି ସପ୍ତାହରେ ଏହାର ଦାୟିତ୍ବ ନେଇଏଭଳି ଜୈବିକ ଫସଲ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ହାଟ ଜିଲ୍ଲାରେ ପ୍ରଥମ କରି ଯୁଯୁମୁରା ବ୍ଲକରେ ହେଉଥିବା ପ୍ରତି ସାପ୍ତାହିକ ବଜାରରେ ଆମେ ଏହି ଜୈବିକ ଉତ୍ପାଦ ବିକ୍ରି ବ୍ୟବସ୍ଥା କରିବାର ଲକ୍ଷ୍ୟ ରହିଛି ବୋଲି କହିଥିଲେ I ସେହି କ୍ରମରେ ଗତ ଶନିବାର ଜୟନ୍ତପୁରରେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଶୁକ୍ରବାର ଦିନ ପୁଣି ଏହା ମେଘପାଳରେ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି।