March 12, 2026

ଜଗତସିଂହପୁର ଜିଲ୍ଲା ରେ ଭାରତ ବନ୍ଦ ର ସଫଳତା….

IMG-20260212-WA0041
Share

 

ଜଗତସିଂହପୁର, ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଦେଶର ସାମୁହିକ କୃଷି ଭିତ୍ତିକ ଉନ୍ନତି ପାଇଁ ଶାସକଦଳର ବୈମାତୃକ ମନୋଭାବ କୁ ନେଇ ବିରୋଧୀ ଦଳ ର ବନ୍ଦ ଡାକରାକୁ ସମର୍ଥନ ଜାଣାଇ ଭାରତ ବନ୍ଦ କୁ, ସଫଳ କରାଇବାକୁ ବିଭିନ୍ନ ସାମାଜିକ ଓ ଦଳୀୟ ଅନୁଷ୍ଠାନ ଗୁଡିକ ଅଣ୍ଟାଭିଡି ଥିବା ବେଳେ, ଜଗତସିଂହପୁର ଜିଲ୍ଲାରେ ତାର ଭଲ ପ୍ରଭାବ ଦେଖିବାକୁ ମିଳିଛି । ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ସରକାରଙ୍କ ଦାୟିତ୍ୱହୀନ କାର୍ଯ୍ୟ ପାଇଁ,ଜିଲ୍ଲାର ଆଠ ଗୋଟି ବ୍ଲକରେ ଆନ୍ଦୋଳନ କାରୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ବିଭିନ୍ନ ବ୍ୟାଙ୍କ, ସରକାରୀ ଦପ୍ତର ସହିତ ସ୍କୁଲ, କଲେଜ, ଆଦି ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରାଇ ଥିଲେ । ମନରେଗା ଯୋଜନା ରୁ ମହାତ୍ମାଗାନ୍ଧୀଙ୍କ ନାମ ଉଛେଦ କରାଯିବାର ବିଷୟକୁ ଦୃଢ଼ ପ୍ରତିବାଦ ଜାଣଇ,ସ୍ୱାଭାବିକ ଭାବେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୁଇ ତିନି ଚକିଆ ଯାନ ଯିବା ଆସିବା କରୁଥିବା ଲକ୍ଷ କରାଯାଇ ଥିଲା । ଆଇ.ଏନ.ଟି.ୟୁ.ସି.ତରଫରୁ ଏହି ବନ୍ଦ କୁ ସଫଳତାର ସହ ଶାନ୍ତିପୂର୍ଣ୍ଣ ଭାବେ ବିଭିନ୍ନ ସ୍ଲୋଗାନ ଦେଇ ବିଭିନ୍ନ ଅଫିସ କୁ ବନ୍ଦ କରାଇ ଥିବାର ଦେଖିବାକୁ ମିଲଥିଲା । କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଉପୁଜି ନଥିବା ଏବଂ ସର୍ବୋପରି ଏହି ବନ୍ଦ ପାଳନକୁ କେତେକ ରାଜନୈତିକ ବ୍ୟକ୍ତି ନିରବ ସମର୍ଥନ ଜଣାଇଥିବାର ଚର୍ଚ୍ଚା ଶୁଣିବାକୁ ମିଳିଥିଲା ।