ଗ୍ରାସୀମ କମ୍ପାନୀ ଷ୍ଟାଫ କଲୋନୀରେ ଶିବ ମନ୍ଦିର ପ୍ରତିଷ୍ଠା

ଗଞ୍ଜାମ_ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀ ଷ୍ଟାଫ କଲୋନୀ ଠାରେ ବୁଧବାର ଉମା ନୀଳକଣ୍ଠେଶ୍ଵର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା l କମ୍ପାନୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନିଜ ନିଜ ପ୍ରଚେଷ୍ଟାରେ ଏହି ମନ୍ଦିର ନିର୍ମାଣ ହୋଇଥିଲା l ତିନିଦିନ ସେଠାରେ ନାମଯଂଜ୍ଞ ଅନୁଷ୍ଠିତ ହୋଇଥିଲା l ପୁଇଁତୋଳା କୀର୍ତନ ମଣ୍ଡଳୀ ଯୋଗ ଦେଇଥିଲେ l ୟୁନିଟ ହେଡ଼ ଅଜୟ କୁମାର ଗୁପ୍ତା,ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ, ସିଏସଆର ମୁଖ୍ୟ ସୁସ୍ମିତା ବେହେରା,ପୁରସ୍ତମ ଶର୍ମା, ସୁରକ୍ଷା ଅଧିକାରୀ ମହେନ୍ଦ୍ର ବିଶ୍ୱାଳ, ପରିବେଶ ସୁରକ୍ଷା ଅଧିକାରୀଣୀ ଶୁଚିସ୍ମିତା ପଟ୍ଟନାୟକ, ଅତିରିକ୍ତ ସିଏସଆର ପୁରୁଷୋତ୍ତମ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ l ବ୍ରହ୍ମପୁର ଓ ଆନ୍ଧ୍ର ଅଞ୍ଚଳର ପୂଜାରୀ ମାନଙ୍କ ଦ୍ୱାରା ହୋମ ଯଂଜ୍ଞ ସମ୍ପର୍ଣ ହୋଇଥିଲା l
