ଆଜିର ଖବର…
୧-ଭୁବନେଶ୍ୱରରେ କଗ୍ନିଜେଣ୍ଟର ନୂଆ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
୨-ନୂଆଦିଲ୍ଲୀ:ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ, ଫେବ୍ରୁଆରୀ ୧୬ରେ ଭାରତ ବନ୍ଦ ଆହ୍ୱାନ।
୩-ବିଜେପି ପ୍ରଭାରୀ ତୋମାରଙ୍କ ଦୃଢୋକ୍ତି: ଓଡ଼ିଶାରରେ ୧୬ ଲୋକସଭା ଓ ୮୦ ବିଧାନସଭା ଜିତିବେ।
୪-କଂଗ୍ରେସରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼: ବିଧାନସଭା ପାଇଁ ୨୫୦୦ ଓ ଲୋକସଭା ପାଇଁ ୬୭୦ ଆଶାୟୀ।
୫-ଚିଲିକାରରେ ସବୁଡଙ୍ଗା ହେବ ସୈ।ରଚାଳିତ,କିଣାଯିବ ୫ ନୂଆ ବୋଟ୍; ଖର୍ଚ୍ଚ ହେବ ୩୧ କୋଟି।
୬-ଧର୍ମଗଡ଼:ପିକଅପ ଭ୍ୟାନ ଓଲଟି ୨ ଶ୍ରମିକ ମୃତ, ୪୦ରୁ ଅଧିକ ଗୁରୁତର।
୭-ବଢିଲା କେନ୍ଦୁପତ୍ର ତୋଳାଳିଙ୍କ ବଢ଼ିଲା ବୋନସ୍।୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବଢିଲା ବୋନସ୍।
୮-ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ।ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ।
୯-ଆସିଲା ପରୀକ୍ଷା ଋତୁ; ଚାପ କମାଇବାକୁ ଗଣଶିକ୍ଷା ବିଭାଗର ‘ଟେଲି ମାନସ’ ବ୍ୟବସ୍ଥା।
୧୦-ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ୍ । ଜନ ଗହଳିପୂର୍ଣ୍ଣ ସ୍ଥାନରୁ ଝାମ୍ପି ନେଉଛନ୍ତି ସୁନା ଗହଣା, ସତସଙ୍ଗ ମହୋତ୍ସବରେ ଦୁଇ ମହିଳାଙ୍କ ଚେନ୍ ଲୁଟ୍ ଅଭିଯୋଗ।
୧୧-ପୁରୀ ସ୍ୱର୍ଗଦ୍ୱାରରେ ଆଉ ଅପେକ୍ଷା କରିବାକୁ ପଡିବନି ଘଂଟା ଘଂଟା । ପ୍ରକ୍ରିୟା ସହଜ ପାଇଁ ଆରମ୍ଭ ହେଲା ‘ସ୍ୱର୍ଗଦ୍ୱାର ଆପ୍’, ଶବଦାହ ପାଇଁ ଆପ୍ ଜରିଆରେ କରିପାରିବେ ପଞ୍ଜିକରଣ।
୧୨-କିସ୍ ର ୨ ହଜାର ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଉଥିବା ବେଳେ ୧୯୦୮ ଛାତ୍ରଛାତ୍ରୀ+୨ ପରୀକ୍ଷା ଦେବେ ଏ ବର୍ଷ।
୧୩-ସମ୍ବଲପୁରରେ ଫାଇଭ୍-ଟି ଅଧ୍ୟକ୍ଷ : ମା’ ସମଲେଇଙ୍କ ଦର୍ଶନ ପରେ ମହାନଦୀ ମାରାଥନର କଲେ ଶୁଭାରମ୍ଭ।
୧୪-ପଂଚଭୂତରେ ଲୀନ ହେଲେ ସୁଜ୍ଞାନ କୁମାରୀ ଦେଓ । ଖଲ୍ଲିକୋଟ ରାଜ ଶ୍ମଶାନରେ ସଂପନ୍ନ ହେଲା ଶେଷକୃତ୍ୟ, ଦିଆଗଲା ଗାର୍ଡ ଅଫ୍ ଅନର୍।
୧୫-ଜଗତସିଂହପୁର:ଜବତ ହେଲା ୭୦ରୁ ଅଧିକ ଶୁଆ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।
୧୬-ଭୁବନେଶ୍ୱର:କମିଶନରେଟ୍ ପୁଲିସର ଚେକିଂ ବେଳେ ଧରାପଡିଲେ ୨୧ ମଦୁଆ ଡ୍ରାଇଭର।
୧୭-ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ୟୁପିରୁ ସୁଧାଂଶୁ ତ୍ରିବେଦୀ ଓ ଆର୍ପିଏନ୍ ସିଂହଙ୍କୁ ବାଛିଲା ଦଳ।
୧୮-ଅଧୁରା ରହିଲା ବିଶ୍ୱକପ୍ ବିଜୟ ସ୍ୱପ୍ନ,ଭାରତକୁ ୭୯ ରନ୍ରେ ହରାଇଲା ଅଷ୍ଟ୍ରେଲିଆ।
୧୯-ନୂଆଦିଲ୍ଲୀ:ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୨୦ ପ୍ରତିଶତ ବୃଦ୍ଧି, ସଂଶୋଧିତ ଆକଳନର ୮୦ % ଟାର୍ଗେଟ୍ ଛୁଇଁଲା।
୨୦-ରାଞ୍ଚି:କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ୧୧ ଘଣ୍ଟା ଜେରା କଲା ଇଡି।
୨୧-ଜାତିସଂଘ ସୁରକ୍ଷା ପରିଷଦରେ ତୁରନ୍ତ ସଂସ୍କାର ପାଇଁ ରୁଷ ରାଷ୍ଟ୍ରଦୂତଙ୍କ ଆହ୍ୱାନ।
୨୨-ପାକିସ୍ତାନ: ନିର୍ବାଚନରେ ଗଡ଼ବଡିକୁ ନେଇ ଲୋକେ ଏବେ ରାସ୍ତାରେ, ସେନାକୁ ଘାରିଲା ବିଦ୍ରୋହର ଚିନ୍ତା