March 8, 2026

ଜାତୀୟ ସେବା ଯୋଜନା ଶୀତକାଳୀନ ଶିବିର ଉଦଯାପିତ

IMG-20260112-WA0109
Share

 

ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟ ତରଫରୁ ଆୟୋଜିତ ଜାତୀୟ ସେବା ଯୋଜନା ଶୀତ କାଳୀନ ଶିବିରର ସୋମବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସ ସହିତ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏଥିରେରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡ଼. ବିଷ୍ଣୁ ମୋହନଚୌଧୁରୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ ।ଅଧ୍ୟକ୍ଷ ଡ଼. ଗିରିଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ଡ଼. ଜୟପ୍ରକାଶ ପାଢ଼ୀ,ପୂର୍ଣ୍ଣପ୍ରଭା ତ୍ରିପାଠୀ,ବିଭୀଷଣ ଭୂୟାଁ,ମଧୁସ୍ମିତା ବେହେରା ପ୍ରମୁଖଙ୍କ ସହ ମହାବିଦ୍ୟାଳୟର ଅନ୍ୟମାନେ ଉପସ୍ଥିତ ଥିଲେ । ଶିବିରରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।(ଚିକିଟି ଶୁଭଶ୍ରୀ ପ୍ରଧାନ )