April 25, 2026

ଯୁବମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳନ ଓ ସ୍ୱଦେଶୀ ସଂକଳ୍ପ

IMG-20260112-WA0094
Share

 

 

ଖୋର୍ଦ୍ଧା- (ପ୍ରିୟଙ୍କା ମହାପାତ୍ର)ବିଜେପି ଯୁବମୋର୍ଚ୍ଚା ଖୋର୍ଦ୍ଧା ପକ୍ଷରୁ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଯୁବ ବନ୍ଧୁ ମାନେ ଆତ୍ମନିର୍ଭର ଭାରତ ନିମନ୍ତେ ସ୍ୱଦେଶୀ ଆପଣେବା ପାଇଁ ସଙ୍କଳ୍ପ ନେଇଥିଲେ। ଯୁବ ସମ୍ପାଦକ ଗୋପବନ୍ଧୁ ଜେନାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ମିଶନ ପସିବୁଲର ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ।କାର୍ଯ୍ଯକ୍ରମର ପ୍ରାରମ୍ଭରେ ଯୁବ ମାନସର ପ୍ରତୀକ ସ୍ବାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ଛାତ୍ରଛାତ୍ରୀମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ ଗୋପବନ୍ଧୁ ଜେନା ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ସଂର୍ପକରେ ଆଲୋକପାତ କରିଥିଲା ବେଳେ ଯୁବକ ମାନେ ସ୍ୱାମୀଜଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ଗଠନରେ ସାମିଲ୍ ହେବା ପାଇଁ ଆହ୍ବାନ ଦେଇଥିଲେ । ଭାରତ ବର୍ଷକୁ ପୁଣି ଥରେ ପରମ ବୈଭବଶାଳୀ ଆତ୍ମନିର୍ଭର ରାଷ୍ଟ୍ରରେ ପରିଣତ କରିବା ପାଇଁ ବିଦେଶୀ ଦ୍ରବ୍ଯକୁ ବର୍ଜନ କରି ସ୍ବଦେଶୀ ଦ୍ରବ୍ଯକୁ ସମସ୍ତେ ଗ୍ରହଣ କରିବା ନିମନ୍ତେ ସଂକଳ୍ପ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ମାନସ ରଞ୍ଜନ ସ୍ବାଇଁ, ଶକ୍ତି ପ୍ରସାଦ ସ୍ୱାଇଁ, ପ୍ରଭୁଦତ୍ତ ଖୁଣ୍ଟିଆ, ରାଜେଶ ବାରିକ ପ୍ରମୁଖ ଉପସ୍ଥତ ଥିଲେ

You may have missed