ଉମରକୋଟ ଭିବି-ଜି ରାମ ଜି ନାମକରଣ ଓ ଏହାର ପ୍ରଚାର ପ୍ରସାର ପାଇଁ ଖବରଦାତା ସମ୍ମିଳନୀ…….

IMG-20260112-WA0012
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଭିବି-ଜି ରାମ ଜି ଯୋଜନା,ଏହାର ନାମ କରଣ ଏବଂ ଯୋଜନାରେ ଥିବା ଅନେକ ସୁବିଧା ଲୋକ ଲୋଚନକୁ ଆଣିବାକୁ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇଥିଲେ। ମନରେଗା ଯୋଜନାରୁ ମହାତ୍ମାଗାନ୍ଧୀ ଙ୍କ ନାମକୁ ହଟାଯିବା ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ କଂଗ୍ରେସ ଯେଉଁ ପ୍ରତିବାଦ କରୁଛି ତାହା କେବଳ ଲୋକ ଦେଖାଣିଆ, ବିଭିନ୍ନ ସମୟରେ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି ଏବେ ମଧ୍ୟ ନାମ ପରିବର୍ତ୍ତନ କରାଯାଇଛି ସଂକ୍ଷେପ ରେ ଏହାକୁ ଭିବି ଜି ରାମ ଜି କୁହାଯାଉଛି,ତେଣୁ ଏହାକୁ ନେଇ ରାଜନୀତି କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଗ୍ରାମାଞ୍ଚଳର ବିକାଶ ପାଇଁ ମହାତ୍ମାଗାନ୍ଧୀ ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ଦୃଷ୍ଟିରେ ରଖି ଯୋଜନା କରାଯାଇଛି । ମନରେଗା ଯୋଜନାରେ ଶ୍ରମିକଙ୍କୁ ଭୁଆଁ ବୁଲାଇ ହରିଲୁଟ କରାଯାଉଥିଲା ତାକୁ ରୋକିବାକୁ ଆଇନରେ ରହିଛି ଏବଂ ନୂତନ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ସହଭାଗିତା ରହିବ ଫଳ ସ୍ୱରୂପ ଅର୍ଥର ଅଭାବ ରହିବ ନାହିଁ। ନୂତନ ଯୋଜନାରେ ଶ୍ରମିକଙ୍କୁ ୧୨୫ ଦିନର କାମ, ଅଧିକ ଓ ନିଶ୍ଚିତ ଆୟଦେବ। ମନ‌ରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବାବେଳେ ଭିବି ଜି ରାମ ଜି ରେ କୌଣସି ଦୁର୍ନୀତି ହେବନାହିଁ ବୋଲି କହିବା ସହ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିସନ୍‌ ଗ୍ରାମୀଣ’ (ଭିବି-ଜି ରାମ ଜି) ଯୋଜନା ଆସିଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି।ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ, ରାଜ୍ୟ ଉପ ସଭାପତି ରମେଶ ସାହୁ, ଝରୀଗାଁ ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ, ଉମରକୋଟ ସାଂସଦ ପ୍ରତିନିଧି ରାମ ନାୟକ ପ୍ରମୁଖ ମଞ୍ଚାସିନ ଥିବା ବେଳେ ବହୁ ନିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।