ବିଶ୍ଵପ୍ରକାଶ ଙ୍କ ତତ୍ୱାବଧାନ ରେ ସାରଳା ରୋଡ଼ ଜଗନ୍ନାଥ କ୍ଷେତ୍ରରେ ବିଶ୍ଵଶାନ୍ତି ମହା ଯଜ୍ଞ ର ପ୍ରାରମ୍ଭ l

ତିର୍ତ୍ତୋଲ
ବେଦ ଧ୍ୱନିରେ ଗୁଞ୍ଜରିତ ହେଲା ସାରଳା ରୋଡ଼ ସ୍ଥିତ ଜଗନ୍ନାଥ କ୍ଷେତ୍ର l ବିଶିଷ୍ଠ ସମାଜସେବୀ ବିଶ୍ଵପ୍ରକାଶ ମହାପାତ୍ରଙ୍କ ତତ୍ୱାବଧାନ ରେ ଦୀର୍ଘ ବର୍ଷ ହେବ ଆୟୋଜିତ ହୋଇ ଆସୁଥିବା ବିଶ୍ଵଶାନ୍ତି ଯଜ୍ଞସ୍ଥଳ ବେଦ ମନ୍ତ୍ରରେ ପ୍ରକମ୍ପିତ l ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ, ପରମବୈଷ୍ଣବୀ ମା’ ଶାରଳା ଦେବୀ ଙ୍କ ଚନ୍ଦନ ପୁଷ୍କରିଣୀ ରୁ ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚନା ସହିତ ଜଳଭରା କଳସ ଶୋଭାଯାତ୍ରା କରାଯାଇ, ସାରଳା ରୋଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପରିସର କୁ ଆସିବା ପରେ ତ୍ରିଦିବସୀୟ ଯଜ୍ଞର ପ୍ରାରମ୍ଭ ହୋଇଯାଇଛି l ଦୈନିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଜଗନ୍ନାଥ କ୍ଷେତ୍ର କୁ ଭକ୍ତିମୟ ପରିବେଶ ସୃଷ୍ଟି କରିଥିବାର ଦେଖିବାକୁ ମିଳିଛି l ମନ୍ଦିର ର ମୁଖ୍ୟ ପୂଜକ ପଣ୍ଡିତ ଅଶୋକ କୁମାର ଦାଶ ଏହି ତ୍ରୀଦିବସୀ୍ୟ ଯଜ୍ଞର ସମସ୍ତ ପ୍ରକାର ଦାୟିତ୍ୱ ବହନ କରୁଥିବା ବେଳେ ସ୍ଥାନୀୟ ଯୁବଶ୍ରଦ୍ଧାଳୁ ସକ୍ରିୟ ସହଯୋଗ କରୁଥିବାର ଆୟୋଜକ କମିଟି ସୂତ୍ରରୁ ସୂଚନା ମିଳିଛି l ସମାଜସେବୀ ବିଶ୍ଵପ୍ରକାଶ ମହାପାତ୍ର ଯଜ୍ଞକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ,ବୈଦିକ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ଯଜ୍ଞାହୁତୀ ପ୍ରଦାନ କରାଯାଇ ପ୍ରକୃତି ତଥା ବିଶ୍ୱ ପରିବେଶକୁ ଶାନ୍ତସ୍ନିଗ୍ଧ ଓ ସ୍ୱଚ୍ଛ ରଖିବାରେ ସହାୟକ ଭୂମିକା ବହନ କରିଛନ୍ତି l ବୈଦିକ ଜ୍ଞାନଗ୍ରନ୍ଥ ଅନୁସାରେ ଯଜ୍ଞ ହିଁ ମାନବ ଜୀଵନ ସହିତ ବିଶ୍ୱ ପରିବେଶକୁ ଶୃଙ୍ଖଳିତ ଓ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ ଏବଂ ଚିରାଚରିତ ରୀତିନୀତି ଅନୁସାରେ ସାରାଦେଶରେ ଏହି ବିଧିବିଧାନ ଅନୁସାରେ ଯଜ୍ଞ କାର୍ଯ୍ୟ କରାଯାଇ ଆସୁଛି l ସେଥି ମଧ୍ୟରୁ ସାରଳା ରୋଡ଼ ଜଗନ୍ନାଥ କ୍ଷେତ୍ର ଅନ୍ୟତମ l
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।