September 25, 2026

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଓଡ଼ିଶା କୃଷକ ସଭା ପକ୍ଷ ରୁ ସାତ ଦଫା ଦାବି ନେଇ ସୁଗୋ ହାଟ ଛକ ନିକଟରେ ୫୭ ନମ୍ବର ରାଜ୍ୟ ରାଜପଥ ଉପରେ ଧାନ ଢାଳି ଅବରୋଧ।

IMG-20250112-WA0021
Share

ରାସ୍ତା ଅବୋରଧ,

ଜଳେଶ୍ଵର ( ଦେବାଶିଷ ଦାଶ୍ )

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଓଡ଼ିଶା କୃଷକ ସଭା ପକ୍ଷ ରୁ ସାତ ଦଫା ଦାବି ନେଇ ସୁଗୋ ହାଟ ଛକ ନିକଟରେ ୫୭ ନମ୍ବର ରାଜ୍ୟ ରାଜପଥ ଉପରେ ଧାନ ଢାଳି ଅବରୋଧ। ସୂଚନା ଅନୁସାରେ ଜଳେଶ୍ଵର ରେ ଥିବା ୧୯ ଟି ସୋସାଇଟି ର ଧାନ ମଣ୍ଡି କୁ ତୁରନ୍ତ ଖୋଲି ଚାଷୀ ଙ୍କ ଠାରୁ ଧାନ କିଣିବା, ପଞ୍ଜୀକୃତ ଚାଷୀ ଙ୍କୁ ଟୋକନ ଦେବା, ବାତ୍ୟା ଦାନା କ୍ଷତିଗ୍ରସ୍ତ ଚାଷୀ ଙ୍କୁ ଇନ୍ ପୁଟ ସହାୟତା ଦେବା, ଘରୋଇ ଖଟି ରେ ବିକ୍ରୀ କରୁଥିବା ଧାନ ଉପରେ ରାୟଲ୍ଟି ନେବା ବନ୍ଦ କରିବା, ଗତ ଡ଼ିସେମ୍ବର ମାସ ରେ ଲଘୁଚାପ ବର୍ଷା ରେ ଖ୍ୟାତି ଗ୍ରସ୍ତ ଚାଷୀ ଙ୍କୁ କ୍ଷତି ପୂରଣ ଦେବା,ତତ୍ ସହିତ ଚାଷୀ ମାନଙ୍କ ର ବିଦ୍ୟୁତ୍ କର ଛାଡ କରିବା ଇତ୍ୟାଦି ଦାବୀ କରିଛି ଓଡ଼ିଶା କୃଷକ ସଭା।ଆଜି ଦିନ ଏଗାରଟା ସମୟ ରେ ଜିଲ୍ଲା କୃଷକ ସଭା ର ଉପସଭାପତି ଦିଲ୍ଲୀପ କୁମାର ଗିରି ଙ୍କ ନେତୃତ୍ୱ ରେ ବହୁ ନେତୃତ୍ୱ,ଯୁବ ଗୋଷ୍ଠୀ ଏକତ୍ରିତ ହୋଇ ଆନ୍ଦୋଳନ କରିଥିଲେ। ତେବେ ଘଟଣା ସ୍ଥଳ ରେ ଜଳେଶ୍ଵର ତହସିଲଦାର ସତ୍ୟଜିତ ମହାନ୍ତି, ବିଡ଼ିଓ ଗୌରାଙ୍ଗ ଘୋଷ, ଆଇ ଆଇ ସି ରଞ୍ଜନ କୁମାର ସେଠୀ ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା ପରେ ରାସ୍ତା ରୋକ୍ ହଟିଥିଲା।

You may have missed