November 25, 2024

ଗଜପତି:- ଆର:କେ:ଏସ:ଏସ: ସ୍ଵେଛାସେବୀ ଅନୁଷ୍ଟାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀ’ଙ୍କୁ ଖଜୁରୀ ଗୁଡ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର କାର୍ଯ୍ୟକ୍ରମ ….

Share

ଗଜପତି ଜିଲ୍ଲା ଆର: ଉଦୟଗିରି ବ୍ଲକ ଅନ୍ତର୍ଗତ ବାମନିପଡା ଗ୍ରାମସ୍ଥିତ କୋଠାଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀ’ର ସଭ୍ୟା ମାନଙ୍କୁ ତଥା ଚାଷୀ ମାନଙ୍କୁ ଖରୁରୀଗୁଡ ପ୍ରକ୍ରିୟାକରଣ , ନେତୃତ୍ଵ’ର ବିକାଶ , ଆର୍ଥିକ ସ୍ଥାୟୀ’ର ପରିବର୍ତ୍ତନ୍ , ଆର୍ଥିକ ସାକ୍ଷରତା ଓ ବଜାର ବ୍ୟବସ୍ତା ସମ୍ପର୍କିତ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ।
ଏହି ତାଲିମ ଶିବିର’ର ଉଦଘାଟନ କାର୍ଯ୍ୟକ୍ରମ’ରେ ଆର:କେ:ଏସ:ଏସ. ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷ’ରୁ ନାବାର୍ଡ ସଂସ୍ଥା , ଗଜପତି ସହାୟତା’ରେ ୧୨ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୭୦ ଜଣ ଚାଷୀ’ଙ୍କୁ ଦିନିକିଆ ତାଲିମ ଦିଆ ଯାଇଥିଲା। ।
ଏହି ତାଲିମ ଶିବିର’ରେର ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ’କୁ ଡ଼ି:ଡ଼ି:ଏମ: , ନାବାର୍ଡ- ଶ୍ରୀ ପ୍ରତୀକ ପଣ୍ଡା , ଶ୍ରାବଣ କୁମାର ପ୍ରଧାନ , ପ୍ରଶିକ୍ଷଣ କେନ୍ଦ୍ର ଆରସେଟି ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସାବତ , ଡ଼ି:ଏଲ:ଟି: ତାଲିମ ଦାତା , ଶ୍ରୀ ସଞ୍ଜୟ ବେହେରମାଝି , ସିଏଲ:ଏଫ: ତାଉତିଆ ନାୟକ , ଖଜୁରୀଗୁଡ ସମିତି’ର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।
ଆର:କେ:ଏସ:ଏସ: ଅନୁଷ୍ଠାନ’ର ସଂପାଦକ ଲକ୍ଷ୍ମୀକାନ୍ତ ପଣ୍ଡା ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମ’ର ଉଦେଶ୍ୟ ବୁଝାଇ ଥିଲେ ।
ଉକ୍ତ ଶିବିର’ରେ ମୁଖ୍ୟତଃ ମହିଳା ସଶକ୍ତିକରଣ , ଦଳ ପରିଚାଳନା , ଦଳ’ର ଦଶାସୃତି କାର୍ଯ୍ୟକ୍ରମ , ଖାତାପତ୍ର ଲେଖିବା ପରିଚାଳନା , ଋଣ ଆଦାନ ପ୍ରଦାନ , ସୁଧ’ର ହିସାବ ଓ ସରକାର’ଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସେହିଭଳି କୃଷି ଓ ଉଦ୍ୟାନ ଭିତ୍ତିକ ସମେତ ନାବାର୍ଡ ଏବଂ କେ:ସି:ସି: ଋଣ’ର ଅଭିଯାନ ରେ ବିଭିନ୍ନ ପ୍ରକାର ତାଲିମ ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡା ପାଳନ , ଧୂପକାଠି ତିଆରି ଓ ସିଲାଇ ପ୍ରଭୃତି ସମ୍ପର୍କରେ ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ କହିଥିଲେ ।
ସେହିଭଳି ଆର୍ଥିକ ସ୍ଵାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା,  ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା , ଅଟଳ ପେନସନ , ଫସଲ ବୀମା , ନିର୍ମାଣ ଶ୍ରମିକ ପଞ୍ଜୀକରଣ , ଫ୍ରଡ ମୋବାଇଲ’କୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କା’କୁ ଉଠାଇ ନେ , ଏଟିଏମ: କାର୍ଡ ବ୍ୟବହାର ଓ ବ୍ୟାଙ୍କ ତରଫ’ରୁ ଦଳ’କୁ ଆର୍ଥିକ ସହାୟତା ସଂପର୍କରେ ବୁଝାଇ ସଚେତନ କରା ଯାଇଥିଲା ।
ଅନୁଷ୍ଠାନ’ର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା କାର୍ଯ୍ୟକ୍ରମ’ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମ’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ମନୋଜ କୁମାର ସାବତ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ’ରେ ଓଡ଼ିଶା ଜୀବିକା ମିସନ’ର ସିଆରପି: ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା’ରେ ସହଯୋଗ କରିଥିଲେ ।
(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)