March 10, 2026

ଇଭିଏମ ମେସିନ ର ଡେମୋଷ୍ଟ୍ରେସନ କାର୍ଯ୍ୟକ୍ରମ!

ygyuguik
Share

 

ଉମରକୋଟ:-ଆଗାମୀ ୨୦୨୪ସାଧାରଣ ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନର ଙ୍କ ନିର୍ଦେଶକ୍ରମେ ସାରା ରାଜ୍ୟରେ ଇଭିଏମ ମେସିନ ର ଡେମୋଷ୍ଟ୍ରେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି !ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କାର୍ଯ୍ୟାଳୟ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ ଙ୍କ ତତ୍ୱାବଧାନରେ ଇଭିଏମ ମେସିନ ର ଡେମୋଷ୍ଟ୍ରେସନ କରାଯାଇଥିଲା!ଇଭିଏମ ମେସିନରେ କିଭଳି ଭୋଟ ଦେବେ ସେ ବିଷୟରେ ଡେମୋ ମେସିନ ଦ୍ୱାରା ତିନି ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ର କିଛି କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତି ରେ ଡେମୋ ଦେଖାଯାଇଥିଲା,ଏହି ଡେମୋ ମେସିନ ବ୍ଲକ ର ସମସ୍ତ ପଂଚାୟତ ର ପ୍ରତ୍ୟେକ ଗ୍ରାମ କୁ ଯାଇ ଲୋକଙ୍କୁ ଇଭିଏମ ମେସିନରେ କିପରି ଭୋଟ ଦେବେ ସେ ବିଷୟରେ ବୁଝେଇବା ସହ ସଚେତନ କରାଯିବ!ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୨ତାରିଖ ରୁ ଆସନ୍ତା ଫେବୃଆରୀ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ!ଏହି ୪୮ଦିନ ମଧ୍ୟରେ ସରକାରୀ ଛୁଟି ପଡିବା ଦିନ ଡେମୋ କାର୍ଯ୍ୟ ବନ୍ଦ ରହିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ ପ୍ରକାଶ କରିଛନ୍ତି!ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ ଓ ତିନି ଦଳ ର କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ!(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)