ଆଜିର ଖବର….
୧-୫ଟି ବିଦ୍ୟାଳୟ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ ଶୁଭାରମ୍ଭ:୩୮୯ ବିଦ୍ୟାଳୟ ଲୋକାର୍ପିତ।
୨-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ କମ୍ପିବ ପୁରୀ,୩୦ ପ୍ଲାଟୁନ ଫୋର୍ସ,୩୦ ଅଫିସର୍ ହେବେ ମୁତୟନ।
୩-ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୪-ପୁରୁଷୋତ୍ତମପୁର:ଥାଲେସେମିଆ ଶିଶୁକୁ ୧ ଲକ୍ଷ ସହାୟତା ରାଶି ପ୍ରଦାନ କଲେ ରାଜ୍ୟପାଳ।
୫-ତେଲକୋଇ ବ୍ଲକ:ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା ପ୍ରତିବାଦରେ କେନ୍ଦୁଝର୨୨ଟି ପଞ୍ଚାୟତରୁ ୧୯ଟି ସରପଞ୍ଚଙ୍କ ସମୂହ ଇସ୍ତଫା।
୬-ଫାଇଭ୍-ଟି ଅଧ୍ୟକ୍ଷଙ୍କ ଛାତ୍ରଛାତ୍ରୀଙ୍କୁ ୬ ଗୁରୁମନ୍ତ୍ର: ବଲାଙ୍ଗୀରରେ ସଫଳତାର ସୂତ୍ର କହିଲେ ପାଣ୍ଡିଆନ୍।
୭-ସ୍ବଚ୍ଛ ସହର ଭାବେ ୩୪ତମ ରାଙ୍କରେ ସ୍ମାର୍ଟସିଟି ଭୁବନେଶ୍ଵର, ମିଳିଲା ପ୍ରଥମ ଓ୍ବାଟର ପ୍ଲସ୍ ପୁରସ୍କାର।
୮-ସିମୁଳିଆ ବିଡ଼ିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ ବାସଭବନରୁ ମିଳିଲା ମୃତ ଦେହ।
୯-ଅଙ୍ଗନବାଡ଼ିରେ ଅଣ୍ଡା ବଢ଼ାଉଛି ଅଡୁଆ ! ଖୋଲା ବଜାରରେ ଚଢ଼ା ଦର, ନିଅଣ୍ଟ ପଡୁଛି ଅଣ୍ଡା।
୧୦-କୁହୁଡ଼ି ସମୟରେ ଗାଡ଼ି ଚାଳକଙ୍କ ପାଇଁ ସତର୍କ ସୂଚନା ଜାରି କଲା ରାଜ୍ୟ ପରିବହନ ବିଭାଗ।
୧୧-ଜଗତସିଂହପୁର:ଚମକିଲେ କୁନି ପ୍ରତିଭା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ସ୍ମରିଧି ବିଶ୍ବାଳଙ୍କ ନା’।
୧୨-କାମାକ୍ଷାନଗର:ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା,୨ ମୃତ, ୨ ଗୁରୁତର।
୧୩-ଭୁବନେଶ୍ବର: ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ କାର ଦୁର୍ଘଟଣାଗ୍ରସ୍ତ ।
୧୪-ନୂଆପଡ଼ାରେ ଏସିଡ୍ ମାଡ଼,ଦୁଇ ପରିବାରର ୫ ଜଣ ଆହତ।
୧୫-ବରଗଡ଼:ବଢ଼ିବ ଚାଷୀଙ୍କ ଆୟ, କମିବ ପ୍ରଦୂଷଣ; ନଡ଼ା ଓ କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଜୈବ ଇନ୍ଧନ।
୧୬-ଫେବୃଆରି ୧ରେ ଅନ୍ତରୀଣ ବଜେଟ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ହୋଇପାରେ ଉଦ୍ୟମ,କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଖାସ୍ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ।
୧୭-ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ରେକ୍ଟର ସ୍କେଲରେ ୬.୨ ତ୍ରୀବତା ରେକର୍ଡ, ଉତରଭାରତ ସମେତ ଆଫଗାନିସ୍ଥାନ, ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ।
୧୮-ସୀମା ସୁରକ୍ଷାକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ । ଜେନେରାଲ ମନୋଜ ପାଣ୍ଡେଙ୍କ ସୂଚନା, ଉତର ସୀମାରେ ସ୍ଥିତି ସ୍ଥିର ଥିଲେ ବି ସମ୍ବେଦନଶୀଳ ରହିଛି ଅନେକ ସ୍ଥାନ।
୧୯-ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ: ଶିବମ ଦୁବେଙ୍କ ହିଟ୍ ଶୋ’।
୨୦-ସୁପ୍ରିମକୋର୍ଟରେ ପହଞ୍ଚିଲା ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗ, ପୁନଃବିଚାର ପାଇଁ ଆବେଦନ ଦାଖଲ।