May 26, 2025

ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

Share

 

ହାଟଡିହି ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ ଷଡ଼ଙ୍ଗ ଠାରେ ସର୍ବଜିତା ଫାଉଣ୍ଡେସନ ଅଧଷା ଝାନ୍ସୀ ରାଣୀ ଦାସ ଙ୍କ ଅଧଷ୍ୟତାରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଓ ଭୁବନେଶ୍ୱର ର ତିନି ଜଣ ଡାକ୍ତର ଯୋଗ ଦେଇ ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିଲେ। ଶାଳଣିଆଁ ଜୋନ୍ ର ପ୍ରାୟ ୭୦୦ରୁ ଉର୍ଦ୍ଧ ରୋଗୀ ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧ ନେବା ସହିତ ଉପକୃତ ହୋଇଥିଲେ। ଜିଲ୍ଲା ର ଏହି ଅଞ୍ଚଳରେ ବହୁ ଗରିବ, ହରିଜନ,ଆଦିବାସି ଲୋକ ବସବାସ କରୁଥିବାରୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବାର ଦେଖି ଏପରି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ବୋଲି ସମାଜ ସେବିକା ଝାନ୍ସୀ ରାଣୀ ଦାସ ମତବ୍ୟକ୍ତ କରିଛନ୍ତି।
(ସୋମେଶ ପରିଡ଼ା )
ହାଟଡିହି ବ୍ଲକ

You may have missed