April 29, 2026

ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମେଚ ଅନୁଷ୍ଠିତ l ଗଞ୍ଜାମ କଲେଜ ଲାୟନ ଟିମ ଚମ୍ପିୟାନ

WhatsApp Image 2023-01-10 at 03.55.26
Share

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

lଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନୀଷ୍ଟାଡିଅମରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ତୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଞ୍ଜାମ କଲେଜ ଲାୟନ ତହସିଲ ଟାଇଗରକୁ ଏକ ରୋମାଞ୍ଚକର ଫାଇନାଲ ମେଚ୍ ରେ 4 ରନ ପରାସ୍ତ କରି ଚମ୍ପିୟାନ ହୋଇଛି l ପ୍ରଥମେ ଟସ ଜିତି ତହସିଲ ଟାଇଗର କଲେଜ ଲାୟନ୍ସକୁ ବେଟିଙ୍ଗ ପାଈଁ ନିମନ୍ତ୍ରଣ କରିଥିଲା l ଗଞ୍ଜାମ କଲେଜ ଲୟନ୍ସ 10 ଓଭର ବେଟିଙ୍ଗ କରି 112 ରନ ସଂଗ୍ରହ କରିଥିଲେ ଶିବ ଶଙ୍କର ଙ୍କ ସୁନ୍ଦର ଖେଳ ପଦର୍ଶନି ଅର୍ଦ୍ଧ ସତକପାରି ଖେଳିଥିଲେ ତହସିଲ ଟାଇଗର ଅଧିନାୟକ ଅରୁଣ କୁମାର ନାୟକଙ୍କ ଆକର୍ଷଣୀୟ ଧୂଆଁଧାର ବେଟିଙ୍ଗ କୁ ପାଥେୟ କରି 4ଉଇକେଟ ରେ 108 ରନ କରିବାକୁ ସକ୍ଷମ ହୋଇଥିଲା l ଉଦଜାପନି ସମାରୋହରେ ମୁଖ୍ୟ ଅତିଥି ଭାବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଏ.ଡି.ଏମ୍ ଜେନେରାଲ ଲିନl କୁମାରି ଖେସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଉଇନର ଓ ରନର ଟିମ କୁ ଟ୍ରଫି ପ୍ରଦାନ କରିଥିଲେ l ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷl ଶର୍ମିଷ୍ଠା ପ୍ରଧାନ, ଏନ. ଏ. ସି ଅଧ୍ୟକ୍ଷl ପ୍ରତିଭା ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ସନାତନ ବେହେରା ,ପୂର୍ବତନ ବ୍ଳକ ଅଧକ୍ଷ ସୁରଥ ପାହାନ ,ଛତ୍ରପୁର ପ୍ରେସ କ୍ଳବ ସଭାପତି ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଯୋଗଦେଇ ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା ଖେଳାଳୀ ମାନଙ୍କୁ ଙ୍କୁ ପୁରସ୍କୃତ କରିଥିଲେ lଫାଇନାଲ ମେଚର ମେଇନ ଅଫ ଦା ମ୍ୟାଚ୍ ଓ ମେଇନ ଅଫ ଦା ସିରିଜ ଗଞ୍ଜାମ କଲେଜ ଟିମର ଶିବ ଶଙ୍କରଙ୍କୁ ପ୍ରଦାନ କରାଯାଇ ଥିବା ବେଳେ ବେଷ୍ଟ ବୋଲର ଭାବେ ତହସିଲଦାର ଅରୁଣ କୁମାର ନାୟକଙ୍କୁ ସଂମ୍ମାନୀତ କରା ଯାଇଥିଲା l ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭରେ ପୂର୍ବାହ୍ନ ସମୟରେ ବିଶ୍ୱକପ ହକି ର ପ୍ରଚାର ପ୍ରସାର ଓ ସଚେତନତା ପାଇଁ ସମସ୍ତ ଖେଳାଳି ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଷ୍ଟାଡିଅମରୁ ବାହାରି ସହର ମୁଖ୍ୟ ରାସ୍ତା ପରିକ୍ରମା କରାଯାଇଥିଲା l ଗଂଜାମ ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ ଙ୍କ ପୌରହିତରେ ଉଦ୍ଘାଟନୀ ଓ ଉଦଜାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ବ୍ଲକ ପ୍ରଶାସନ କ୍ରିକେଟ ଟିମର ଗୋଷ୍ଠି ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନ,ତହସିଲ ପ୍ରଶାସନ ଟିମର ତହସିଲଦାର ଅରୁଣ କୁମାର ନାୟକ, ଏନ ଏ ସି ପ୍ରଶାସନ ଟିମ ର କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ପୋଲିସ ପ୍ରଶାସନ ଟିମର ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା,ଗଞ୍ଜାମ କଲେଜ ଟିମର ଅଧ୍ୟାପକ ଡକ୍ଟର ଦୁର୍ଗାପ୍ରସାଦ ଦାସ , ଗ୍ରାସୀମ କମ୍ପାନୀ ଟିମର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି,ଗଞ୍ଜାମ ପ୍ରେସ କ୍ଳବ ଟିମର ଉପଦେଷ୍ଟା ଉମାକାନ୍ତ ବେହେରା ପ୍ରମୁଖ ନିଜ ନିଜ ଦଳର ଅଧିନାୟକ ଦାୟୀତ୍ୱ ତୁଲାଇଥିଲେ l ଅଧିନାୟକ ମାନଙ୍କ ଉପସ୍ଥିତି ସହ ଉକ୍ତ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ତୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ସୁରଜ ,କାହ୍ନୁ ଓ ଗୋପାଳ ପ୍ରତେକ କ୍ରିକେଟ ମେଚ୍ ପରିଚାଳନା କରିଥିବା ବେଳେ ଅଧ୍ୟାପକ ମନରଞ୍ଜନ ବିଶୋଇ,ସ୍ବେଚ୍ଛାସେବୀ ଦୀପକ କୁମାର ସାହୁ ଓ ପ୍ରେସ କ୍ଳବ ସମ୍ପାଦକ ବିଦ୍ୟାଧର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ lଗଞ୍ଜାମ କଲେଜ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ ,ଅଧ୍ୟାପକ ପିତାମ୍ବର ବେହେରା, ଲୋକ ସମ୍ପର୍କ ଅଧିକାରୀ ପ୍ରବୀଣ କୁମାର ଦାସ, ଯୁବନେତା ସୁଧିର କୁମାର ପାଢ଼ୀ ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଯୋଗ ଦେଇ ଉକ୍ତ ତୁର୍ଣ୍ଣାମେଣ୍ଟ ଉପଭୋଗ କରିବା ସହ କ୍ରିକେଟର ମାନଙ୍କୁ ଉତ୍ତମ କ୍ରିକେଟ ପ୍ରଦର୍ଶନ ନେଇ ଉତ୍ସାହିତ କରିଥିଲେ l

You may have missed