November 14, 2024

ପୋଡ଼ାମାରି ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟିତ…

Share

ସାନଖେମୁଣ୍ଡି : ୧୧/୦୧/୨୩ * ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପୋଡ଼ାମାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଛାତ୍ରୀ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଇ. ପ୍ରଦୀପ କୁମାର ପାତ୍ର ଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ସିମା ଞ୍ଚଳ ପାତ୍ର ଯୋଗଦେଇ ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ର ଗୁରୁତ୍ଵ ଉପଲବ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ବରିଷ୍ଠ ଅଧ୍ୟାପକ ଶ୍ରୀ ସତ୍ୟ ଶରଣ ପାଠୀ ଯୋଗଦେଇ ଏହାର ସଦ୍ ଉପଯୋଗ କରିବାକୁ ଉପଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସଂଯୋଜକ ଅଧ୍ୟାପକ ଶ୍ରୀ ଦୁର୍ଯୋଧନ ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଶିକ୍ଷଣ ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ଦମୟନ୍ତୀ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଆକୁଳ ସ୍ୱାଇଁ, ଅଶୋକ କୁମାର ଶତପଥି, ରଞ୍ଜିତା ପ୍ରଧାନ,ସ୍ଵୟଂ ପ୍ରଭା ସାହୁ, ସୁମିତ୍ରା ଦେବୀ ଓ ପ୍ରଭୁଦତ୍ତ ବ୍ରହ୍ମା ମଞ୍ଚାସିନ ଥିଲେ। ମାଷ୍ଟର ଟ୍ରେନର ଭାବେ ଜସ୍ଵୀନୀ ସାହୁ ଓ ରୀନା ପ୍ରଧାନ କୌଶଳ ଶିଖାଇବା ସହ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପ୍ରାୟ ୮ ଦିନ ଧରି ଚାଲିବ ବୋଲି ମହା ବିଦ୍ୟାଳୟର ଅଧ୍ୟକ୍ଷ ସୁଚନା ଦେଇଛନ୍ତି। ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଓଡିଶା