March 11, 2026

ପାରିବାରିକ କଳହକୁ ନେଇ ସ୍ତ୍ରୀର ଆତ୍ମହତ୍ୟା ..

IMG-20251211-WA0045
Share

 

ଅସ୍ତରଙ୍ଗ(ଦୁଃଶାସନ ନାୟକ)ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଓ ବାକ ବିତଣ୍ଡା କୁ ନେଇ ଅସ୍ତରଙ୍ଗ ବଜାରରେ ଜଳଖିଆ ଦୋକାନ କରି ଚଳୁଥିବା ଜଣେ ମହିଳା ଘରେ ଲାଗିଥିବା ଏକ ପଙ୍ଖା ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି

ଘଟଣାରୁ ପ୍ରକାଶ ଯେ ପୁରି ଜିଲ୍ଲା ଗୋପ ବ୍ଲକ ଅଧୀନ ମୁରୁଡ଼ା ଗ୍ରାମର ରବୀନ୍ଦ୍ର ସାହୁ ଙ୍କ ପୁତ୍ର ଚିରଞ୍ଜିବି ସାହୁ (୩୨)ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳ ରେ ବିବାହ ହୋଇଥିବା ଝିଲି ସାହୁ ଙ୍କ ସମେତ ତାଙ୍କର ଗୋଟେ ୧୦ ବର୍ଷର ଝିଅ ଓ ୬ ବର୍ଷର ଏକ ପୁଅକୁ ଧରି ଏକ ଜଳଖିଆ ଦୋକାନ କରି ଚଳୁଥିଲେ।ହେଲେ ସନ୍ଧ୍ୟା ସମୟ ରେ ପତି ଓ ପତ୍ନୀ ଙ୍କ ଭିତରେ ପାଟିତୁଣ୍ଡ ହେବାରୁ ଚିରଞ୍ଜିବି ପତ୍ନୀ ଝିଲି ର ବେକକୁ ଧରି ଧକ୍କା ମାରି ଘରେ ପୁରାଇ ଦେଇଥିଲା।ଘରେ ଝିଲି ପସିଯିବା ପରେ ଘର ଭିତର କବାଟ ବନ୍ଦ କରି ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିବା ପାଇଁ ପଛାଇ ନଥିଲା। ବାହାରେ ପିଲା ଓ ତାର ସ୍ୱାମୀ କବାଟ ବାରମ୍ବାର ଵାଡୋଇବା ପରେ ନ ଖୋଲିବାରୁ ଘର ମାଲିକଙ୍କୁ ଖବର ଦେଇଥିଲେ।ଘର ମାଲିକ ପହଞ୍ଚି ପୋଲିସ କୁ ଖବର ଦେବା ପରେ ପୋଲିସ ପହଞ୍ଚି ଉପର ଆଜବେଷ୍ଟ ଭାଙ୍ଗି ଘର ଭିତରକୁ ଯାଇ ମୃତକ ମହିଳା ଙ୍କୁ ଦେଖିବା ସହ ଭିତର ପଟ ଗେଡା ଖୋଲି ଥିଲେ।ସ୍ୱାମୀ ଚିରଞ୍ଜବି କୁ ପୋଲିସ ଥାନାକୁ ନେଇ ଅଟକ ରଖିବା ସହ ଝିଲି ସାହୁ ର ପରିବାର ଙ୍କୁ ଖବର ଦେଇଥିଲେ।ତା ପର ଦିନ ପୁରିରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଥିବା ବେଳେ ମୃତକ ପରିବାର ମଧ୍ୟ ଆସି ମୃତ ଶରୀର ନିକଟରେ ପହଞ୍ଚିବା ପରେ ମୃତକ ମହିଳାକୁ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର କୁ ପଠାଇଥିଲେ। ଅସ୍ତରଙ୍ଗ ପୋଲିସ କେଶ ନମ୍ବର ୨୩୯ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।