September 21, 2024
Share

ନିଶାନିବାରଣ ସଚେତନତା ରାଲି।

ରାଜସୁନାଖଳା,୧୧/୧୨(ଉପାନ୍ତ ଓଡ଼ିଶା ):ରାଜସୁନାଖଳା ଡିଗ୍ରୀ ମହାବିଦ୍ୟାଳୟ ଓ ରାଜସୁନାଖଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶାର ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅଧୀନରେ ଥିବା ନିଶା ନିବାରଣ ସଚେତନତା ରାଲି ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କଲେଜର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଡ଼ ବେଣୁଧର ପ୍ରଧାନ ଏହାକୁ ଶୁଭଉଦଘାଟନ କରିଥିଲେ l ମହାବିଦ୍ୟାଳୟର ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନ ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ ଯଥା ” ପାନ “ବିଡି ନୁହେଁ ଛୋଟିଆ ନିଶା, ଜଣା ପଡେ ନାହିଁ ଟାଣେ ପଇସା”. ” ଯୁବକ ଛାତ୍ର ନିଶା ଠାରୁ ଦୁରେଇ ରହିବା , ଦେଶର ଉର୍ନ୍ନତି ରେ ସାମିଲ ହେବା ” ଏହିଭଳି ଅନେକ ସ୍ଲୋଗାନ ଦେବା ସହିତ ବିନୋଦ ପଡା ଛକ ଓ ଡିହଗାଁର ଲୋକମାନଙ୍କୁ ସଚେତନେତା କରାଇଥିଲେ l ଏହି ରାଲିରେ ଯୁବ ଓଡିଶା ଓ ନୂଆ ଓଡିଶାର ନୋଡାଲ ଅଫିସର ଅଧ୍ୟାପକ ସନ୍ତୋଷ କୁମାର ସାହୁ ଏବଂ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ସାମିଲ ହୋଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଅରୁନ୍ଧତୀ ସାମଲ, ଜ୍ୟୋତ୍ରୀମୟୀ ପ୍ରଧାନ ଏବଂ ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ତି ପରିଚାଳନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)