April 26, 2026

ଟି.ୟୁ.ସି.ଆଇ. ର ୬ଷ୍ଠ ରାଜ୍ୟ ସମ୍ମିଳନୀ

75151e65-3841-46c7-99b8-75fd9e3e2f0a
Share

ବ୍ରହ୍ମପୁର, ତା ୧୧/୧୨. ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ଦୁଇ ଦିନିଆ ୬ଷ୍ଠ ରାଜ୍ୟ ସମ୍ମିଳନୀ ବ୍ରହ୍ମପୁର ଏନ୍ ଜି ଓ ହଲ୍ ରେ ଆଜି ଆରମ୍ଭ ହୋଇଛି । କମ୍ରେଡ ବିଚିତ୍ର ଲାଲପତକା ଉତ୍ତୋଳନ କରି ଶହୀଦ ବେଦୀରେ ପୁଷ୍ଷମାଲ୍ୟାର୍ପଣ କରାଯାଇଥିଲା। ସମ୍ମିଳନୀରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା ସର୍ବଭାରତୀୟ ସଂଯୋଜକ ଆର୍ ମାନସାୟା ଉଦଘାଟନ କରି ହିନ୍ଦୁତ୍ୱ ଫାସିବାଦ ବିରୁଦ୍ଧରେ ସଂଘର୍ଷ କରି ଶ୍ରମିକଙ୍କ ଅଧିକାର ସଂଘର୍ଷକୁ ଆଗକୁ ନେବାପାଇଁ ଅର୍ଥନୈତିକ ଦାବି ଭିତରେ ସୀମିତ ନରହି ସାମାଜିକ ଓ ରାଜନୀତିକ ଲଢେଇ କୁ ଆଗକୁ ନେବା ଆମ ସମ୍ମୁଖରେ ଏକ ମୂଖ୍ୟ ଆହ୍ବାନ ବୋଲି ଉପସ୍ଥାପନ କରିଥିଲେ। ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ର ରାଜ୍ୟ ସମ୍ପାଦିକା ପ୍ରମିଳା, ବରିଷ୍ଠ ଆଇନଜୀବି ଭଗବାନ ସାହୁ, କେ ସୁବ୍ରମଣ୍ୟମ ରାଓ, ସ୍ବାସ୍ଥ୍ୟ ଅଧିକାର ଆନ୍ଦୋଳନ ର ନେତା ଅବନୀ ଗୟା, ଆଇଏଫଟିୟୁ ର ରାଜ୍ୟ ନେତା ପ୍ରତାପ ପ୍ରଧାନ, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ ନେତା ପି ପାର୍ବତୀ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ନେତା ବିଚିତ୍ର ପାତ୍ର, ଆଦିବାସୀ ଭାରତ ମହାସଭା ର ନେତା ଟୁନା ମଲ୍ଲିକ, ଘରୋଇ ମହିଳା ଶ୍ରମିକ ୟୁନିଅନର ଶଶୀରେଖା ବେହେରା ଆଦି ସମ୍ମିଳନୀ ର ସଫଳତା କାମନା କରିଥିଲେ। ଟିୟୁସିଆଇ ର ରାଜ୍ୟ ସଂଯୋଜକ ଶଙ୍କର ସ୍ବାଗତ ବକ୍ତବ୍ୟ ରଖିଥିଲେ। ଉପସ୍ଥିତ ବକ୍ତାମାନେ ଛଟେଇ ନୁହେଁ – ଠିକା ନୁହେଁ – ଆଉଟସୋର୍ସିଂ ନୁହେଁ -ପି.ପି.ପି ନୁହଁ ସ୍ଥାୟୀ ନିଯୁକ୍ତି ଆମେ ଚାହୁଁ ଅଧିକାର ଲଢେ଼ଇରେ ଆମକୁ ଶ୍ରମଜୀବି ଜନଗଣ ସଂଘର୍ଷ କୁ ଆଗକୁ ନେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବା ସହ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ମତ ରଖିଥିଲେ। ଏହି ଉଦଘାଟନୀ ଅଧିବେଶନରେ ବାଗ୍ମୀ ବିଦ୍ୟୁପ୍ରଭା ରଥ ଅଧ୍ୟକ୍ଷତା କରିଥିଲେ । ଟିୟୁସିଆଇ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ଆସନ୍ତା ଜାନୁୟାରୀ ୨୭ ରୁ ୨୯, ୨୦୨୪ରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ୧୦ ଜିଲାର ଶ୍ରମିକ ଆନ୍ଦୋଳନ ର ପ୍ରତିନିଧି ଓ ପର୍ଯ୍ୟବେକ୍ଷକ ସମ୍ମିଳନୀ ରେ ସାମିଲ ହୋଇଛନ୍ତି