April 27, 2026

ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

IMG-20251011-WA0117
Share

 

ପାରଳାଖେମୁଣ୍ଡି,ତା.୧୧.୧୦.୨୦୨୫

 

 

ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ,ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡିଶା ଭୁବନେଶ୍ୱର ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବଜ୍ଞାନ ନିରୀକ୍ଷକ ଏ.ରବି କୁମାର ଶୁଭ ଆରମ୍ଭ କରିଥିବା ବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ତଥା ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ବିଚାରକ ଭାବେ ଯୋଗଦେଇଥିଲେ! ଉପରେ ଆଲୋକପାତ କରିଥିଲେ | ଏହି ଆଲୋଚନା ଚକ୍ର ର ବିଷୟ ଥିଲା “କ୍ଯୁଣ୍ଟମ ଯୁଗ ଆରମ୍ଭ : ସମ୍ଭାବନା ଓ ଆହ୍ୱାନ”| ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରି ମଞ୍ଚ ପରିଚାଳନା କରିଥିଲେ। ଏହି ଆଲୋଚନା ଚକ୍ର ରେ ଗଜପତି ଜିଲ୍ଲାର ସାତୋଟି ବ୍ଲକରୁ ୧୯ଜଣା ଛାତ୍ର /ଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ|ସେମାନଙ୍କ ମଧ୍ୟରୁ ଏନ. ଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ନାରାୟଣ ପୁର, ରାୟଗଡ଼ର ନବମ ଶ୍ରେଣୀ ଛାତ୍ରୀ ବବିତା ପୁରହିତ ସ୍ୱାଗତ କରିଥିବା ବେଳେ ଚପଳା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ l

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ୬୫ ଜଣ ବିଜ୍ଞାନ ଶିକ୍ଷକ /ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ ପୂର୍ବରୁ ଆୟୋଜିତ ବିଜ୍ଞାନ କୁଇଜ ପ୍ରତିଯୋଗିତା ଓ ବିଜ୍ଞାନ ପ୍ରଦର୍ଶନୀ ଅଂଶଗ୍ରହଣ କରିଥିବା ଶ୍ରେଷ୍ଠ ବିବେଚିତ ଛାତ୍ର /ଛାତ୍ରୀ ସ୍ନେହାଞ୍ଜଳି ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ୧୫.୧୦.୨୦୨୫ ତାରିଖ ରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବାପାଇଁ ପୁରସ୍କୃତ ହୋଇଛନ୍ତି

ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।