ଆଜିର ଖବର
୧-ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୨୪ରେ ପୁରୀ ଆସିବେ ରାଷ୍ଟ୍ରପତି।
୨-ଆଜି ଭୁବନେଶ୍ଵର, ଶନିବାର କଟକରେ ମଣ୍ଡପ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ।
୩-ପାର୍ବଣରେ ଜନପଥରେ ଅସମ୍ଭାଳ ଟ୍ରାଫିକ, କଟକଣା ନେଇ ସତର୍କ ସୂଚନା ଜାରି କଲା କମିଶନରେଟ ପୁଲିସ
୪-ଏଥର ଭୁବନେଶ୍ୱରରେ ହେବ ପ୍ରବାସୀ ଭାରତୀୟ ଦିବସ, ଜାନୁଆରୀ ୮ରୁ ୧୦ରେ ରହିବ କାର୍ଯ୍ୟକ୍ରମ।
୫-ଭୁବନେଶ୍ୱର:ଅସ୍ଥାୟୀ ଖାଦ୍ୟ ଷ୍ଟଲରେ ଯାଞ୍ଚ,୪୨ କେ ଜି ବାସି ଖାଦ୍ୟ ଜବତ।
୬-ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର, ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ।ଏସସିବି ହେପାଟୋଲୋଜି ବିଭାଗ ଡିଇଓ ସ୍ମୃତି ରଞ୍ଜନ ସାହୁ ।
୭-ତାଳଚେର:ବିକଟାଳ ଶବ୍ଦ କରି ଯାଉଥିବା ୧୭ଟି ବୁଲେଟ ଜବତ କଲା ପୋଲିସ୍, ୧ଲକ୍ଷ ୭୭ହଜାର ଟଙ୍କା ଜରିମାନା ଆଦାୟ।
୮-କେନ୍ଦ୍ର ପରେ ରାଜ୍ୟ ବଢାଇଲା ମାଗଣା ଚାଉଳ ଅବଧି, ୨୦୨୮ ଯାଏଁ ଚାଲିବ ଗରିବ କଲ୍ୟାଣ ଅନ୍ନ ଯୋଜନା।
୯-ଜୋର୍ ଧରୁଛି ଆରଆଇ-ଅମିନ୍ ପରୀକ୍ଷା ବାତିଲ ଦାବି ।ରାଜଧାନୀରେ ହଲ୍ଲାବୋଲ୍, କଟକରେ ପ୍ରତିବାଦ; ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ
୧୦-ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ପ୍ରକାଶ ବେହେରା,ବାରବାଟୀ କଟକର ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ ପ୍ରକାଶ, ବିଜେପିକୁ ଫେରି ପାରନ୍ତି।
୧୧-ଖଣ୍ଡଗିରି ଥାନାରେ ପୁଲିସକୁ ଦୁର୍ବ୍ୟବହାର ଅଭିଯୋଗ, ମହିଳାଙ୍କ ବିରୋଧରେ ମାମଲା ରୁଜୁ।
୧୨-ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଥାନା ବିଷ୍ଣୁ ପୁର ଛକ ନିକଟରେ ଟ୍ରକ -ବାଇକ ଧକ୍କା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ।
୧୩-ଭୁବନେଶ୍ୱର:ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଓ ଘର ଦେବାକୁ କହି ନେଇଥିଲା ଟଙ୍କା।
୧୪-ପଟାଙ୍ଗୀ:କୋଟିଆକୁ ହାତେଇବାକୁ ଆନ୍ଧ୍ର ଆଦିବାସୀ ସଂଗଠନ ମାଧ୍ୟମରେ ଆନ୍ଧ୍ରର ଚାଲ୍।
୧୫-ଭରତପୁର ଥାନା ମାମଲା, ୫ ପୋଲିସ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ ଆଜି ଶେଷ ହେବ।
୧୬-ମାଲକାନଗିରି ଜିଲ୍ଲା ବାଇଗୁଡ଼ା-କାକେରିଗୁମ୍ମା ରେଳ ଧାରଣା ଉପରେ ପଡ଼ିଲା ବିଦ୍ୟୁତ ତାର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ।
୧୭-ଆର୍ଥିକ ବର୍ଷ ୨୦୨୬ ପାଇଁ କ୍ୟାମ୍ପସ ସିଲେକ୍ସନ ଆରମ୍ଭ କଲା ଟିସିଏସ୍।
୧୮-ଆକାଶ ଛୁଆଁ ହେଉଛି ସୁନା ଦର, ୨୪ କ୍ଯାରେଟକୁ ୧୦ ଗ୍ରାମ ପିଛା ୭୭ ହଜାର ପାର୍।
୧୯-ପଞ୍ଚଭୂତରେ ଲୀନ ହେଲେ ରତନ ଟାଟା, ମୁମ୍ବାଇର ଓ୍ବର୍ଲିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ।
୨୦-ଆସିଆନ -ଭାରତ ଶିଖର ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୋଦୀ।
୨୧-ରାଜ୍ୟମାନଙ୍କୁ କେନ୍ଦ୍ରର ବୋନସ: ୧.୭୮ ଟ୍ରିଲିଅନର ଟ୍ୟାକ୍ସ ଡିଭୋଲ୍ୟୁସନ ଜାରି, ଓଡ଼ିଶା ଭାଗକୁ ୮୦୬୮ କୋଟି।
୨୨-୨୦୨୪ ପାଇଁ ସାହିତ୍ୟରେ ନୋବେଲ ପାଇବେ ଦକ୍ଷିଣ କୋରିଆ ସାହିତ୍ୟିକା ହାନ୍ କାଙ୍ଗ।
*🙏 ସୁପ୍ରଭାତ 🙏*