September 29, 2024

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ପାଳିତ

Share

ସୁବର୍ଣ୍ଣପୁର ଜିଲ୍ଲା ସଦର ମଝିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନା କେନ୍ଦ୍ର ଗଡ଼ଭିତର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ପାଳିତ ହୋଇଯାଇଛି l ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମନୋରମା ମିଶ୍ର ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନମାଳୀ ପଧାନ ଯୋଗଦେଇଥିଲେ l ସେହିପରି ଆଞ୍ଚଳିକ ସାଧନା ସଂଯୋଜକ ବୁଦ୍ଧଦେବ ସା, ମଝିପଡ଼ା ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ମିନାକ୍ଷୀ ନାୟକ, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ l ଏହି ସଭା କୁ ସୁଜାତା ମିଶ୍ର ସଂଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଗୁଡିକ ର ଶିଶୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ଦେଖେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି, ଗୀତାଞ୍ଜଳି ତାଣ୍ଡି, ତାପସ୍ୱିନୀ ଦାସ, ଆରତୀ ବହିଦାର, ମିନାକ୍ଷୀ ପଣ୍ଡା, ସୌଦାମିନୀ ବିଶ୍ୱାଳ ଓ ମମତା ଶତପଥି ପ୍ରମୁଖ ବିଚାରକ ମଣ୍ଡଳୀ ଦାଇତ୍ୱ ତୁଲାଇ ଥିବା ବେଳେ ପୁରସ୍କାର ବିତରଣୀ ଉତ୍ସବ ରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଫକୀର ଚରଣ ଭୋଇ, ଶିକ୍ଷୟତ୍ରୀ ସରସ୍ବତୀ ସାହୁ ଓ ଅନ୍ୟାନ୍ୟ ଅତିଥି ମାନେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କାରି ଉତ୍ସାହିତ କରଥିଲେ l ପରିଶେଷରେ ଆଞ୍ଚଳିକ ସାଧନା ସଂଯୋଜକ ବୁଦ୍ଧଦେବ ସା ଧନ୍ୟବାଦ ଅର୍ପଣ କରଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l