April 30, 2026

ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଗଜପତି ଜିଲ୍ଲା ଗ୍ରସ୍ତ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ , ଶିଳାନ୍ୟାସ ଓ ସମୀକ୍ଷା ।

IMG-20250607-WA0016
Share

ଗଜପତି:- ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଗଜପତି ଜିଲ୍ଲା ଗ୍ରସ୍ତ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ , ଶିଳାନ୍ୟାସ ଓ ସମୀକ୍ଷା ।

ଆଜି ଗଜପତି ଜିଲା ଗ୍ରସ୍ତରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପରିଦର୍ଶନ କରିବା ସହ କେତେକ ଯୋଜନା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଏବଂ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରି ଫେରି ଯାଇଛନ୍ତି ।

ମନ୍ତ୍ରୀ ଶ୍ରୀ ନାୟକ କାଶୀନଗର ବ୍ଲକ୍ ଅନ୍ତର୍ଗତ ଶିଆଳି ପଞ୍ଚାୟତର କର୍ଣିଭଦ୍ରା ଗ୍ରାମରେ ଏବଂ ଅଲଡା ପଞ୍ଚାୟତର ଏପାମାନଗୁଡ଼ା ଗ୍ରାମରେ ଚାଲିଥିବା ଅମୃତ ସରୋବର କାର୍ଯ୍ୟକ୍ରମ ପରିଦର୍ଶନ କରି ସେଠାରେ ସେ ସମ୍ପର୍କରେ ହିତାଧିକାରୀ ଶ୍ରମିକ ମାନଙ୍କ ସହ ବାର୍ତ୍ତାଳାପ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ସେହିଭଳି କାଶୀନଗର ବ୍ଲକର ପାଲସିଙ୍ଗ ଗ୍ରାମରେ ୧୩୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ମେଗା ୱାଟର ପଏଣ୍ଟ ପରିଦର୍ଶନ କରି ଯନ୍ତ୍ରୀ ଓ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ସେହିଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଯୋଜନାରେ ୧୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୧୫ ଟି ଯୋଜନା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମ ଉପରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ , ଗଜପତି ଜିଲ୍ଲାକୁ ଆସି ଗଜପତି ଜିଲ୍ଲା ବିଷୟରେ ବହୁତ୍ ଗୁଡାଏ ବିଷୟ ଆଜି ଜାଣିବାକୁ ମିଳିଲା , ଯାହାକି , ବିଗତ ସରକାର ଏ ଜିଲ୍ଲାକୁ ଯେଉଁ ପ୍ରତାରଣା କରିଛନ୍ତି , ସେହି ବିଷୟ ଅନୁଭବ ହେଲା ।

ଏଠି ଯେଉଁ ମେଗା ପାଇପ ୱାଟର କାର୍ଯ୍ୟକ୍ରମ ଚାଲିଛି , ସେଥିରେ ଅସନ୍ତୋଷ ବ୍ୟକ୍ତ କରି ଯେଉଁଭଳି ହେବା କଥା , ସବୁ ସୁଯୋଗ ଦିଆଯିବା ସତ୍ତ୍ୱେ ତାହା ହେଉନାହିଁ , ଯାହା ଫଳରେ ଆଜି ସେ କଷ୍ଟ ଗଜପତି ଜିଲ୍ଲାକୁ ମିଳିଛି ।

ଏଠି ଜଳସେଚନର ବ୍ୟବସ୍ଥା ପାଇଁ ମେଗା ଲିଫ୍ଟ ପଏଣ୍ଟ ଯେଉଁ ବିଗତ ସରକାର କରିଛନ୍ତି , ଏହାଦ୍ବାରା ଖରିଫ ଓ ରବି ଚାଷ ପାଇଁ ଉଦ୍ଧିଷ୍ଟ ହୋଇପାରିବ କାରଣ ବଂଶଧାରା ନଦୀ ସବୁ ଦିନିଆ ଏକ ପାଣି ସ୍ରୋତ ।ଏଇ ପାଣି ସ୍ରୋତକୁ ଚାଷୀଙ୍କ ଆୟକୁ ବଢ଼ାଇବା ଉଦ୍ଦେଶ୍ୟରେ ଯଦି ବିନିଯୋଗ କରା ଯାଆନ୍ତା , ଏଥି ପନିପରିବା , ଧାନ , ଡାଲି ଜାତୀୟ ଏବଂ ଉଦ୍ୟାନ ଚାଷ ପ୍ରଭୃତିରେ ଚାଷୀଙ୍କୁ ବେଶ ଉପକୃତ କରି ପାରନ୍ତା । କିନ୍ତୁ ସେ ପ୍ରକାର ମାନସିକତାର ଅଭାବ ମୁଁ ଏଠି ପରିଲକ୍ଷିତ କରୁଛି ।

ଯଦି ଏ ବ୍ୟବସ୍ଥା ମଧ୍ୟରେ ସଠିକ୍ ମୂଲ୍ୟାଙ୍କନ ବ୍ୟବସ୍ଥା କରାଯିବ , ତାହା ହେଲେ ଗଜପତି ଜିଲ୍ଲାର ଚାଷୀ ମାନେ ଅଧିକରୁ ଅଧିକ ଲାଭ ପାଇ ପାରନ୍ତି ବୋଲି ମୋର ହୃଦବୋଧ ହେଉଛି ବୋଲି କହିଥିଲେ ।

ସେହିଭଳି ଚାଲିଥିବା ୨ ଟି ଅମୃତ ସରୋବର କାର୍ଯ୍ୟ ପରିଦର୍ଶନ କରି ଘୋର ଅସନ୍ତୋଷ ବ୍ୟକ୍ତ କରି ଅତି ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିଥିବା ଯୋଗୁଁ ଗରିବ ଲୋକ ମାନେ କାମ ପାଇବାରୁ ବଞ୍ଚିତ ଅଛନ୍ତି ବୋଲି କହିଥିଲେ ।

ଶେଷରେ ସେ କହିଥିଲେ ଯେ , ମୋ ବିଭାଗର ବିଜିବିଓ: ଯେଉଁ ୧୫ ଟି ପ୍ରକଳ୍ପ ୧୫ କୋଟି ଟଙ୍କା ବ୍ୟୟରେ ହେବା , ତାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହେଲା , ତାହା ସହିତ ୨୬ କୋଟି ଟଙ୍କା ମଧ୍ୟ ଅନୁମୋଦନ ଲାଭ କରିସାରିଛି । ସେହି ୨୬ କୋଟି ଟଙ୍କାରେ ମଧ୍ୟ ଆଗାମୀ ଦିନରେ କାମ ହେବ ବୋଲି କହିଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————-

You may have missed