September 21, 2024

ଚୈତନ୍ୟ ମଠରେ ରାଧାଷ୍ଟମୀ ଉତ୍ସବ ପାଳିତ

Share

ବୁଗୁଡା : ତା ୧୧/୦୯/୨୪ : ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଗୌଡୀୟ ମଠରେ ରାଧାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ପବିତ୍ର ଭାଦ୍ରବ ଶୁକ୍ଲ ଅଷ୍ଟମୀରେ ଆୟୋଜିତ ଏହି ଉତ୍ସବ ଅବସରରେ ରାଧାରାଣୀଙ୍କ ଅଭିଷେକ ସାଙ୍ଗକୁ ମହାଆରତ୍ରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜକ ଦୀନତାରଣ ଦାସଙ୍କ ଦ୍ଵାରା ଯଥା ରୀତିନୀତି ପ୍ରକାରେ ପୂଜାପାଠ କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହି ଉତ୍ସବରେ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା ।