September 29, 2024

ବିଶ୍ୱ ଫାଷ୍ଟ ଏଡ଼ ଦିବସ ପାଳିତ

Share

ବିଶ୍ୱ ଫାଷ୍ଟ ଏଡ଼ ଦିବସ ପାଳିତ
ବୁଗୁଡ଼ା /୧୧/୦୯/ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡ କ୍ରସ, ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇ ଯାଇଛି ଲ ଅଧ୍ୟକ୍ଷ୍ୟ ଶ୍ରୀ ଅନୁପ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ଏହି ଶୈକ୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଣିତ ଅଧ୍ୟାପକ ଡ଼ ପ୍ରିୟବ୍ରତ ପ୍ରଧାନ, ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପିକା ଶ୍ରୀମତୀ ସୁଚିତ୍ରା ପଣ୍ଡା ଅଂଶ ଗ୍ରହଣ କରି ପ୍ରାଥମିକ ଉପଚାର ସମ୍ପର୍କ ରେ ନିଜ ନିଜର ମତ ପ୍ରକାଶ କରି ଥିଲେ lପ୍ରାଥମିକ ଉପଚାର ଶିକ୍ଷ୍ୟା ର ଆବଶ୍ୟକତା ଓ ଉପାଦେୟତା ଆଲୋଚନା ଅବସରରେ ଯୁବ ରେଡ କ୍ରସ ପରାମର୍ଶଦାତା ତଥା ଗଞ୍ଜାମ ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସ୍ବେଛାସେବୀ ମାନଙ୍କୁ ପ୍ରାଥମିକ ଉପଚାର ର କେତକ କୌଶଳ ବୁଝାଇ କହିଥିଲେ l ଗୁଡ଼ ସମାରିଟନ ଲ, ଅସୁସ୍ଥ ଆହତ ଙ୍କ ସେବା, ସରକାରୀ ପ୍ରଛୋହାନ, ଆକ୍ସିଡେଣ୍ଟ ମେନେଜମେଣ୍ଟ, ରିକୋଭୋରୀ ପୋଜିସନ, ସି. ପି. ଆର, ବ୍ୟାଣ୍ଡେଜ, ଚୋକିଜ୍ଞ, ମୁର୍ଚ୍ଛା, ବିଷ କ୍ରିୟା, ହୃଦଘାତ, ରକ୍ତଦାହ ଭଳି ବିଭିନ୍ନ ପ୍ରକାର ପ୍ରାଥମିକ ଉପଚାର କୌଶଳ ମାଧ୍ୟମରେ ତାଲିମ ଦେଇଥିଲେ l
ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ଜୀବନ ରକ୍ଷ୍ୟାକାରି କୌଶଳ ର ତାଲିମ ଦିଆଯିବ l