June 29, 2024
Share

*ଖବର ଆଜିର*
ତାରିଖ ୧୧/୦୯/୨୦୨୩ ସୋମବାର ।

ଶେଷ ହେଲା ଜି-୨୦ ଶିଖର ସମ୍ମିଳନୀ । ଆଗାମୀ ଶିଖର ସମ୍ମିଳନୀ ପାଇଁ ବ୍ରାଜିଲକୁ ଦାୟୀତ୍ୱ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦୀ ।

ଜି-୨୦ ବିଶ୍ବ ସମ୍ମିଳନୀର ଅନ୍ତିମ ଦିନ; ମହାତ୍ମାଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଶ୍ବନେତା ।

ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ବେଳେ ଭାବପ୍ରବଣ ହେଲେ ବ୍ରାଜିଲ ରାଷ୍ଟପତି, କହିଲେ ମହାତ୍ମା ଗାନ୍ଧୀଙ୍କ ଭୂମିକା ମୋ ଜୀବନରେ ଗୁରୁତ୍ୱ ରଖିଛି ।

ରାଷ୍ଟ୍ରପତି ଆୟୋଜନ କରିଥିଲେ ରାତ୍ରୀଭୋଜନ, ଭାରତୀୟ ବେଶଭୁଷାରେ ନଜର ଆସିଲେ ବିଦେଶୀ ଅତିଥି ।

‘ଜି-୨୦’ରୁ ବିରତି ନେଇ ଅକ୍ଷରଧାମ ମନ୍ଦିରକୁ ଗଲେ ଋଷି ସୁନକ ଓ ଅକ୍ଷତା ମୂର୍ତ୍ତି ।

ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ । ବିନା ବିଜ୍ଞାପନରେ ନିଯୁକ୍ତି, ସ୍ଥାନୀୟ ଲୋକଙ୍କ ପ୍ରତିବାଦ ।

ସ୍ଵିଡେନରେ ଥମୁନି ‘କୋରାନ୍‌ ପୋଡ଼ି’: ପୋଲିସ ଉପରକୁ ପଥରମାଡ଼, କାର୍‌ରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ ।

ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତଙ୍କୁ ପଠାଇଲେ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) କୋର୍ଟ। ।

ଉଦୟନିଧିଙ୍କ ବୟାନକୁ ସୂର୍ଯ୍ୟାଂଶୀ ବ୍ରାହ୍ମଣ ସମାଜର ନିନ୍ଦା, ବିଧାନସଭାରୁ ବହିଷ୍କାର କରିବାକୁ ଦାବି ।

ଆସନ୍ତା ୪ ବର୍ଷରେ ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି: IMF ମୁଖ୍ୟ ଅର୍ଥନୀତିଜ୍ଞ ।

ଭାରତକୁ ବିଶ୍ବବ୍ୟାଙ୍କ, ଇୟୁର ପ୍ରଶଂସା: ୬ଜିରେ ଭାରତ-ଆମେରିକା ମିଳିମିଶି କାମ କରିବେ ।

ଆମେରିକାର କୋକୋ ଗୌଫ୍‌ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ରେ ମହିଳା ଏକକ ଚମ୍ପିଆନ୍ ହୋଇଛନ୍ତି ।

।ମୋଦିଙ୍କ ନେତୃତ୍ୱକୁ ଭୁରି ଭୁରି ପ୍ରଶଂସା କଲେ ଶାହରୁଖ ।

ବିମାନରେ ଟେକ୍‌ନିକାଲ ତ୍ରୁଟି ଯୋଗୁ ଯାଇପାରିଲେନି କାନାଡ଼ା ପ୍ରଧାନମନ୍ତ୍ରୀ, ଆଲୋଚନା ବେଳେ ଖଲିସ୍ତାନ ପ୍ରସଙ୍ଗ ଉଠାଇଲେ ମୋଦୀ ।

ମହାରାଷ୍ଟ୍ରର ଥାନେରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗୋଟିଏ ଲିଫ୍ଟ ଖସିବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।

ସୁପ୍ରଭାତ ,ଶୁଭ ସକାଳ ।