June 29, 2024

ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି , ସ୍ଥାନୀୟ ବାସୀ ଅଡୁଆରେ

Share

ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି , ସ୍ଥାନୀୟ ବାସୀ ଅଡୁଆରେ
ବ୍ରାହ୍ମଣୀଗାଁ ତା: ୧୦/୯ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପୋଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କରାଯାଉ ଥିବା ଦେଖିବାକୁ ମିଳିଛି, ଆଗରୁ ସହର ବାହାରେ ଗାଡ଼ି ମୋଟର ଗୁଡ଼ିକ ଯାଞ୍ଚ କରାଯାଉ ଥିବା ବେଳେ ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ବଜାର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଛକ ନିକଟରେ ଗାଡ଼ି ମୋଟର ଯାଞ୍ଚ କରାଯାଉ ଥିବା ଦେଖିବାକୁ ମିଳିଛି, ଏହି ସମୟରେ ସ୍ଥାନୀୟ ବାସୀ ବଜାର ସଉଦା ତଥା ଛୋଟ ମୋଟ କାମରେ ଅପ୍ରସ୍ତୁତ ହୋଇ ବଜାର କୁ ଆସିଥିବା ଲୋକେ ପୋଲିସ ହାବୁଡ଼ରେ ପଡ଼ି ହଟହଟା ହେବାକୁ ପଡ଼ିଥିଲା , ପୋଲିସ ର ଅଚାନକ ଏଭଳି ପଦକ୍ଷେପ ରେ ସ୍ଥାନୀୟ ବାସୀ ଅଡ଼ୁଆରେ ପଡ଼ିଥିବା ବେଳେ, କିଛି ବୁଦ୍ଧିଜୀବୀ ଏହାକୁ ସ୍ଵାଗତ କରିଛନ୍ତି , ଦୁର୍ଘଟଣା ଟି କେତେବେଳେ ଓ କେଉଁଠି ଘଟେ ତାହା କେହି କହିପରିବେ ନାହିଁ ତେଣୁ ଜନସାଧାରଣ ସଚେତନ ରହିଲେ ଦୁର୍ଘଟଣା କୁ ଏଡ଼ାଇ ଦିଆ ଯାଇ ପାରିବ , ତେଣୁ ଜନ ସାଧାରଣ ଙ୍କୁ ସଚେତନ କରିବା ସହ ଅମାନିଆ ଗାଡ଼ି ଚାଳକ ମାନଙ୍କୁ ଉଚିତ୍ ଶିକ୍ଷା ଦିଆଯାଇ ପାରିବ ବୋଲି ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ କହିଛନ୍ତି। କନ୍ଧମାଳ ଏସ୍ପି ଶୁଭେନ୍ଦୁ ମହାପାତ୍ର ଙ୍କ ନିର୍ଦ୍ଧେଶ ରେ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଏସ୍ ଆଇ ରମାକାନ୍ତ ସେଠୀ ଙ୍କ ସମେତ ପୋଲିସ ବାହିନୀ,ଗୃହରକ୍ଷୀ ଓ ସୁରକ୍ଷା କର୍ମୀ ମୁତୟନ ହୋଇ ହେଲମେଟ, ଡି ଏଲ୍ , ଇନସୁରାନ୍ସ ଆଦି କଡ଼ାକଡ଼ି ଯାଞ୍ଚ କରା ଯାଇଥିବା ଜଣା ପଡିଛି ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)