ସ୍ତ୍ରୀକୁ କାତିରେ ହାଣି ହତ୍ୟା କଲା ନରହନ୍ତା ସ୍ୱାମୀ ..

ମୋହନା–ସ୍ତ୍ରୀକୁ କାତିରେ ହାଣି ହତ୍ୟା କଲା ସ୍ୱାମୀ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ଗାଁରେ l ମୃତକ ରେଶମା ବାଗସିଂ l ଅଭିଯୁକ୍ତ ସ୍ୱାମୀ ଅନନ୍ତ ବାଗସିଂ କୁ ଥାନା ରେ ଅଟକ ରଖି ତଦନ୍ତ କରୁଛି ପୋଲିସ l ଗତକାଲି ରାତିରେ ଉଭୟ ସ୍ୱାମୀ, ସ୍ତ୍ରୀ ମୋହନା ରେ ଚାଲିଥିବା ମିନା ବଜ଼ାର ବୁଲିବାକୁ ଆସିଥିଲେ l ରାତି ପ୍ରାୟ ୧୦ ଟାରେ କୁଙ୍କୁଣୀ ଗାଁକୁ ଫେରିଥିଲେ l ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କାରଣ କୁ ବଚସା ହୋଇଥିଲା l ଉତକ୍ଷିପ୍ତ ହୋଇ ସ୍ୱାମୀ ଅନନ୍ତ ଗୋଟିଏ କାତିରେ ସ୍ତ୍ରୀ ରେଶମା ର ବେକରେ ଓ ମୁହଁରେ ହାଣି ଦେଇଥିଲା l ପରିବାର ଲୋକ ବିଳମ୍ବିତ ରାତିରେ ମୋହନା ମେଡିକାଲ ଆଣିଥିଲେ l ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି l
