ଆଜିର ଖବର..
ସିବିଏସଇ ର ନୂଆ ନିୟମ। ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ। ୨୦୨୬-୨୭ ଶିକ୍ଷା ବର୍ଷରୁ ଲାଗୁ ହେବ।
୨୦୨୫-୨୬ ଶିକ୍ଷାବର୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ହେବ ସମ୍ପୂର୍ଣ୍ଣ ଅନଲାଇନ। ପରୀକ୍ଷା ପାଇଁ ସମସ୍ତେ ଅନ୍ଲାଇନ୍ରେ ଫର୍ମପୂରଣ କରିବେ।
ପୁରୀ ମନ୍ଦିରରେ ଶ୍ରୀ ବଳଭଦ୍ରଙ୍କ ଜନ୍ମତିଥିରେ ୫ ନୀତି ବାତିଲ। ପାଣି ମାରା ହେଲା ବୋଲି ଘଣ୍ଟାଏ ଛିଡ଼ା ହେଲେ ଠାକୁର। ପହୁଡ଼ ହେଲାନି, ରାତିସାରା ଉଜାଗର ହେଲେ। ଅଶୁଭ ସଂକେତ
ରାଜ୍ୟରେ ଭାଗ ଚାଷୀ ପଞ୍ଜୀକରଣର କଠୋର ନିୟମ ଯୋଗୁଁ, ପଞ୍ଜୀକରଣ କରିପାରୁନାହାନ୍ତି ଅନେକ ଚାଷୀ।
କୋରାପୁଟରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ୬୫୦ ଶଯ୍ୟା ବିଶିଷ୍ଟ ନୂଆ କୋଠା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମାଝୀ
ପୁରୀ ଶ୍ରୀମନ୍ଦିରରୁ ୧୨ ନକଲି ଗୁମାସ୍ତା ଗିରଫ, ଜାମିନ ନାମଞ୍ଜୁର ପରେ ଗଲେ ଜେଲ୍।
ବିଦେଶରେ ଚାକିରି ଦେବା ନାରେ ଟଙ୍କା ଠକେଇ ମାମଲାରେ ଭୁବନେଶ୍ୱର vtrecruti ସଂସ୍ଥାର ଦୁଇଜଣ ଅଭିଯୁକ୍ତ ଗିରଫ
ପୁରୀ ଚନ୍ଦ୍ରଭାଗା ନିକଟ ସମୁଦ୍ରରେ ଗାଧୋଉଥିଲା ବେଳେ ୩ ଜଣ ଓଡ଼ିଆ ଯୁବକଙ୍କ ବୁଡ଼ିଯାଇ ମୃତ୍ୟୁ
ଅନୁଗୁଳ ବଅଁରପାଳ ଆଇସିଆଇସିଆଇ ବ୍ୟାଙ୍କର କର୍ମଚାରୀ ମାନଙ୍କୁ ଆକ୍ରମଣର ୧୭ ଦିନ ପରେ ଦୁଇ ଫେରାର ଅଭିଯୁକ୍ତ ଗିରଫ
ସୁବର୍ଣ୍ଣପୁର ଚେରୁପାଲିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର
ଯାଜପୁର ବାଲିଚନ୍ଦ୍ରପୁରରେ ଘରୋଇ କଳିରୁ ବିଷ ପିଇ ସ୍ୱାମୀ-ସ୍ତ୍ରୀ ଗୁରୁତର, କଟକ ମେଡ଼ିକାଲରେ ଭର୍ତ୍ତି।
ବଲାଙ୍ଗୀର ତୁଷୁରା ଅଞ୍ଚଳରେ ପାଗଳ କୁକୁର କାମୁଡ଼ାରେ ଦୁଇଜଣଙ୍କ ମୃତ୍ୟୁ। ଆଗରୁ ଗାଈ, ମେଣ୍ଢା ଓ ୯ଟି ଛେଳିର ମୃତ୍ୟୁ ହୋଇଥିଲା
ବାଲେଶ୍ଵର ସିମୁଳିଆରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଲୋକେ।
ରାଉରକେଲାରେ ହୋଟେଲରୁ ବସ୍ତି ଯାଏ, ସବୁଠି ଜୁଆଖେଳ। ଲୁଙ୍ଗେଇ ବସ୍ତିରୁ ଧରାପଡ଼ିଲେ ୭ ଜୁଆଡ଼ି
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଓ ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ ଘଟିଥିବା ବାଇକ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ହେଲେ ପୁରୁଷ ବନ୍ଧୁ।ପ୍ରତିବାଦରେ ପୁରୁଷବନ୍ଧୁଙ୍କ ପରିବାର ଓ ଗ୍ରାମବାସୀ ଧାରଣା ଦେଇଛନ୍ତି।
ଅନୁଗୁଳ ବଅଁରପାଳରେ ମ୍ୟାଲେରିଆରେ ୧୨ଜଣ ଆକ୍ରାନ୍ତ। ଆଠମଲ୍ଲିକ, ପାଲଲହଡ଼ା ଓ ତାଳଚେରରେ ବି ସ୍ଥିତି ସାଙ୍ଘାତିକ ।
କେନ୍ଦ୍ରାପଡା ଆଳିରେ ପୁରୁଷ ବନ୍ଧୁ ଧୋକା ଦେବାରୁ ଭଡ଼ାଘରେ ଯୁବତୀଙ୍କ ଆତ୍ମହତ୍ୟା। ଥାନାରେ ପିଡିତା ପରିବାରକୁ ଦୁର୍ବ୍ୟବହାର ଅଭିଯୋଗ।
ଅନୁଗୁଳ ନାଲକୋରେ ଘରେ ଶୋଇଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଉଡ଼ିଗଲା ଛାତ, ତିନି ଗୁରୁତର।
ଭୁବନେଶ୍ୱର ମଞ୍ଚେଶ୍ବର ଧିରକୁଟି ସାହିରେ ନବବଧୂ ହତ୍ୟା ଅଭିଯୋଗ। ସ୍ୱାମୀ ବିକ୍ରମ ନାୟକକୁ ଗିରଫ କଲା ପୋଲିସ।
ଭୁବନେଶ୍ୱରରେ ଜମିଜମା ଗଣ୍ଡଗୋଳ, ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମାମାଡ଼। ପୋଲିସ୍ ଖୋଳତାଡ଼ ଜାରି।
ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା;ଡିଭାଇଡ଼ରକୁ ପିଟିଲା କାର୍, ଜଣେ ଛାତ୍ର ମୃତ,୫ ଗୁରୁତର
ପୁଣି ଥରିଲା ହରିୟାଣା। ଅନୁଭୂତ ହେଲା ୩.୧ ମାଗ୍ନିଚ୍ୟୁଡ୍ ଭୂମିକମ୍ପ, ଗୋଟିଏ ମାସରେ ଚତୁର୍ଥ ଘଟଣା
ବିହାରରେ ୩ ଲକ୍ଷ ଘରର ନମ୍ବର ୦୦୦ ବା ୦/୦୦୦ । ପୁଣି ନିର୍ବାଚନ କମିଶନଙ୍କ ଜାଲିଆତି ଉପରେ ପ୍ରଶ୍ନ ଉଠାଇଲେ ତେଜସ୍ୱୀ ଯାଦବ
ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ଝଟକା, ଖାତରେ ୫୦ ହଜାର ସର୍ବନିମ୍ନ ବାଲାନ୍ସ ନଥିଲେ କଟିବ ଫାଇନ୍
ଆଜି ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍।
ରିଜର୍ଭ ବ୍ୟାଙ୍କର ନୂଆ ନିୟମ। ୧୫ ଦିନରେ ସମାଧାନ ହେବ ମୃତବ୍ୟକ୍ତିଙ୍କ ବ୍ୟାଙ୍କ ଖାତା ସଂପର୍କିତ ଦାବି।
ଭାରତକୁ ପାକିସ୍ଥାନର ମୁନିରଙ୍କ ପରମାଣୁ ଆକ୍ରମଣ ଧମକ। ଆମେ ବୁଡିଲେ ‘ଅଧା ଦୁନିଆ ଧ୍ବଂସ କରିଦେବୁ’
=======================
ଆଜି ଜନ୍ମଦିନ: ସୁନୀଲ ଶେଟି, ଜାକଲିନ ଫର୍ଣ୍ଣାଣ୍ଡେଜ, କାହ୍ନୁ ଚରଣ ମହାନ୍ତି (ଲେଖକ, କଟକ)
ଆଜି ତିରୋଧାନ: ସଂଗ୍ରାମୀ ଖୁଦିରାମ ବୋଷ
ଇତିହାସରେ ଆଜି: (୧୯୦୮) ଖୁଦିରାମ ବୋଷଙ୍କୁ ଫାଶୀ ଦେଲେ ବ୍ରିଟିଶ/ (୧୯୬୧) ଦାଦ୍ରା ଓ ନଗର ହାଭେଲି ଭାରତର ଅଙ୍ଗ ହେଲା/ (୨୦୦୮) ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକରେ ସ୍ୱର୍ଣ୍ଣ
=======================
*ବନ୍ଦେ ଉତ୍କଳ ଜନନୀ*
