ଘୁମୁସର ଲେଖିକା ସଂସଦର ବର୍ଷା କବିତା ଆସର
ବୁଗୁଡ଼ା : ତା ୧୧/୦୮/୨୪ : ସ୍ଥାନୀୟ ଦିବ୍ଯ ଦର୍ଶନ ଜରାଶ୍ରମ ପରିସରରେ ଘୁମୁସର ଲେଖିକା ସଂସଦ ପକ୍ଷରୁ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଅଛି । ଲେଖିକା ସଂସଦର ସଭାପତି ରିତାରାଣୀ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ସାହିତ୍ଯିକ ଗୌରୀପତି ଦାଶ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଗବେଷକ ଡଃ.ବ୍ରଜ କିଶୋର ପାଢୀ , ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଅନନ୍ତ କର , ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ରଘୁନାଥ ସାହୁ ଓ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଯୋଗ ଦେଇଥିଲେ । ଏହି କବିତା ଆସରରେ କଳ୍ପନା କୁମାରୀ ପ୍ରଧାନଙ୍କ ସଂଯୋଜନା କ୍ରମେ ସଂସଦର ସମସ୍ତ ସଦସ୍ୟା ବର୍ଷା ସମ୍ବନ୍ଧୀୟ ବିଭିନ୍ନ କବିତା ପାଠ କରିଥିଲା ବେଳେ ଉପସ୍ଥିତ ମାନ୍ଯଗଣ ବ୍ଯକ୍ତିମାନେ ମଧ୍ୟ ନିଜ ନିଜର କବିତା ପାଠ କରିଥିଲେ ଏବଂ ସମସ୍ତ କବି ଓ କବୟିତ୍ରୀଙ୍କୁ ମାନପତ୍ର ଓ ପୁସ୍ତକ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସଂସଦର ସଦସ୍ୟା ଡଃ.ଗାୟତ୍ରୀ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ , ସମ୍ପାଦିକା ଡଃ. ନଳିନୀ ପ୍ରଭା ପାଢୀ ବିବରଣୀ ପଠନ , ସଦସ୍ୟା ମୋନାଲିସା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ରଜନୀ ସେଠୀ ସଙ୍ଗୀତ ଗାନ ଏବଂ ସୁଜାତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜରାଶ୍ରମ ପରିସରରେ ବୃକ୍ଷ ରୋପଣ ସାଙ୍ଗକୁ ଅନ୍ତେବାସୀଙ୍କୁ ବସ୍ତ୍ର ପ୍ରଦାନ ମଧ୍ୟ କରାଯାଇଥିଲା ।