July 11, 2026
ajiro khabar
Share

 

 

୧-ରଥଯାତ୍ରା ପ୍ରସ୍ତୁତି: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ,୧୯ ଆଇପିଏସ୍ ନିଯୁକ୍ତ, ୪୭୦ ସିସିଟିଭି କ୍ୟାମେରା, ପୁରୀକୁ ଗଡ଼ିବ ୩୦୦ରୁ ଅଧିକ ଟ୍ରେନ।

 

୨-ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି, ନୂଆ ହିତାଧିକାରୀଙ୍କୁ ମିଳିବ ଏକକାଳୀନ କିସ୍ତି।

 

୩-ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବ ପଂଚାୟତ ନିର୍ବାଚନ, ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ।

 

୪-ପୁରୀ:ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଜ୍ବରରେ ପିଡ଼ୀତ ଚତୁର୍ଦ୍ଦାବିଗ୍ରହଙ୍କ ପାଇଁ ଲାଗିହେବ ଦଶମୂଳମୋଦକ।

 

୫-ରଥଯାତ୍ରାରେ ବଢ଼ିବ ବର୍ଷାର ପ୍ରକୋପ: ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ, ୧୬ ଯାଏଁ ସତର୍କତା ଜାରି।

 

୬-ଭୁବନେଶ୍ୱର:ସୁଧୁରି ଯାଆନ୍ତୁ ଅମାନିଆ ଗାଡ଼ି ଚାଳକ, କମିଶନରେଟ ପୋଲିସ ଜବତ କଲାଣି ୫୬ଟି ଗାଡ଼ି।

 

୭-ଚମକିବ ଇଂଞ୍ଜିନିୟରିଂ ସ୍କୁଲ ଓ ପଲିଟେକନିକ୍ ର ଭିତ୍ତି ଭୂମି,୪୨.୧୪ କୋଟି ଟଙ୍କା ମଞ୍ଜୁର କଲା ବିଭାଗ।

 

୮-ଝାରପଡ଼ା ଜେଲରେ ଆଉ ଜଣେ HIV ପଜେଟିଭ୍ ଚିହ୍ନଟ, ସଂକ୍ରମିତ କଏଦୀଙ୍କ ସଂଖ୍ୟା ୯ କୁ ବୃଦ୍ଧି।

 

୯-କଳାହାଣ୍ଡି:୧୦୮ ଆମ୍ବୁଲାନ୍ସର ଅବହେଳା ପାଇଁ ନାବାଳିକା ମୃତ୍ୟୁ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ; ୧୦୮ ସେବାର ୨ କର୍ମଚାରୀ ହେଲେ ନିଲମ୍ବିତ।

 

୧୦-ଭୁବନେଶ୍ୱର:ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାସ, ରାଜ୍ୟ ବାହାରକୁ ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ।

 

୧୧-କଦଳୀ, ମାଛ ପରେ ଏବେ ସପୁରୀ ପାଇଁ ଆନ୍ଧ୍ର ଉପରେ ନିର୍ଭର, ଓଡ଼ିଶା ବଜାରରେ ବିକ୍ରି ହେଉଛି କୁଇଣ୍ଟାଲ କୁଇଣ୍ଟାଲ ସପୁରୀ।

 

୧୨-ଚୀନର ଓଡ୍ରସରେ ଚାଲିଥିବା ୨୩ ବର୍ଷରୁ କମ୍‌ ଏସୀୟ ଦୌଡ଼କୁଦ ଚମ୍ପିଆନସିପ୍‌ ; ମିଶ୍ରିତ ରିଲେରେ ଆସ୍ତିକଙ୍କୁ ସ୍ବର୍ଣ୍ଣ।

 

୧୩-ସୁପ୍ରିମକୋର୍ଟରେ ଅପ୍ରୀତିକର ଘଟଣା: ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିଲେ ଆବେଦନକାରୀ,ବିଚାରପତିଙ୍କୁ ନିର୍ଦ୍ଦେଶ ଦେବା ଭଳି ଭାଷା ବ୍ୟବହାର କଲେ।

 

୧୪-ଚେକ୍ ବାଉନ୍ସ ମାମଲା, ଅଭିନେତା ରାଜପାଲ ଯାଦବଙ୍କୁ ୩ ମାସ ଜେଲ ଦଣ୍ଡ।

 

୧୫-ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ; ଭୂସ୍ଖଳନ ପରେ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ୩୦ ଟ୍ରେନ ବାତିଲ୍।

 

୧୬-ଲସ୍ ଏଞ୍ଜେଲସ୍:ଫିଫା ଫୁଟବଲ ବିଶ୍ଵ କପ୍, ବେଲଜିଅମକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ସ୍ପେନ।

 

୧୭-ଲଣ୍ଡନ: ମହିଳା ଟେଷ୍ଟ କ୍ରିକେଟ,ଭାରତ ୨୮୫ରେ ଅଲ୍ ଆଉଟ୍। ଇଂଲଣ୍ଡ ପ୍ରଥମ ଇଂନିସ୍ ୧/୨୧।

 

୧୮-ବିହାର,ପାଟନା:ନକଲି ଡିଗ୍ରି ମାମଲାରେ ବରଖାସ୍ତ ହେବେ ୩ ହଜାରରୁ ଅଧିକ ଶିକ୍ଷକ, ସୁଧ ସହ ଆଦାୟ ହେବ ବେତନ।

 

୧୯-ମହାକାଶ ଇତିହାସରେ ଚୀନର ନୂଆ କୀର୍ତ୍ତିମାନ: ସମୁଦ୍ରରେ ରକେଟର ସଫଳ ଲ୍ୟାଣ୍ଡିଂ, ବିଶ୍ୱରେ ପ୍ରଥମ।

 

୨୦-ତେହେରାନ:ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇଁ କାତାରର ମଧ୍ୟସ୍ଥତା ପ୍ରୟାସ; ଇରାନ ଗସ୍ତରେ ପ୍ରତିନିଧି ଦଳ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏