April 27, 2026

ନନ୍ଦୀରେ ଯୁବକ ଭାସିଗଲେ, ଦିନକୁ ଗୋଟିଏ ପରେ ମିଳିଲା ଶବ,

IMG-20250711-WA0003
Share

 

ଦାମନଯୋଡି ( ଦେବାଶିଷ ଦାଶ ) କୋରାପୁଟ ଜିଲ୍ଲା ବ୍ଲକ ଦୁଧାରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେମିଳିଗୁଡ଼ା ଥାନା ଅଧିନରେ ରହିଥିବା ବଦିଲିଗୁଡା ନିକଟସ୍ଥ କାରାଣ୍ଡି ନନ୍ଦୀରେ ଜଣେ ଯୁବକ ଭାସିଯାଇଥିବା ଘଟଣା ଘଟିଛି। କୋରାପୁଟ ବ୍ଲକ ମରିଚିମାଳ ପଞ୍ଚାୟତର ଡୁମାଗୁଡା ଗ୍ରାମର ଜୟ ମୋଇରା (ବୟସ୍ 50) ଦୁଧାରି ଗାଁକୁ କୋଣସି କାମ କାରଣରେ ଯାଇଥିଲେ।

ଗତକାଲି ସେ ଘରକୁ ଫେରି ନଥିଲେ, ଯାହା ଫଳରେ ପରିବାର ଓ ଗ୍ରାମବାସୀ ଦୁଃଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ।ଝିଅ ଯାଇଁ ନୁଆପୁଟ ଗ୍ରାମରେ ଖୋଜାଖୋଜି କରାଯିବା ପରେ, ସେଠାରେ ନଥିବା ବୁଝିବା ପରେ ଦାମନଯୋଡ଼ି ଥାନାରେ ଖବର ଦିଆଯାଇଥିଲା। ପରେ ଗ୍ରାମବାସୀ ଏବଂ ପରିବାର ସହ ଖୋଜାଖୋଜି କରିବା ସମୟରେ କାରାଣ୍ଡି ନନ୍ଦୀରୁ ତାଙ୍କର ଶବ ଉଦ୍ଧାର କରାଯାଇଥିଲା।

ମରିଚିମାଳ ଗାଁ ତୈଳ ନନ୍ଦିରେ ପରେ ଦାମନଯୋଡ଼ି ଥାନାରେ ଏତଲା ଦେବାପରେ ପୋଲିସ ପହଞ୍ଚି ତଦନ୍ତ କରିଥିଲେ ପରେ ଥାନା ପକ୍ଷରୁ ମୃତଦେହକୁ କୋରାପୁଟ ସହୀଦ ଲକ୍ଷ୍ମୀନାୟକ ମେଡିକାଲ ହସ୍ପିଟାଲକୁ ପଠାଯାଇଛି ବେବଚେଦନ ପାଇଁ।

ବେବଚେଦନ ପରେ ଶବ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଦାମନଯୋଡ଼ି ଥାନା ଆଇଆଇସି ସୂଚନା ଦେଇଛନ୍ତି। ଏବେ ଦୁଖିତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଜଗାଇ ଦେବାକୁ ଅନୁରୋଧ କରିଛନ୍ତି ଗାଁର ଭଦ୍ରବେକ୍ତି।