December 3, 2024

ସୁବୁଦ୍ଧିପଲ୍ଲୀରେ ନାଟକ “ଭୁଲ ତୋର ଭୋଗୁଛି ମୁଁ” ମଞ୍ଚସ୍ଥ

Share

ସୁବୁଦ୍ଧିପଲ୍ଲୀରେ ନାଟକ “ଭୁଲ ତୋର ଭୋଗୁଛି ମୁଁ” ମଞ୍ଚସ୍ଥ
ବୁଗୁଡ଼ା : ତା ୧୧/୦୭/୨୩ : ବୁଗୁଡ଼ା ବ୍ଲକର ସୁବୁଦ୍ଧିପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ନାଟ୍ଯ ସଂସଦ ପକ୍ଷରୁ ସାମାଜିକ ନାଟକ ” ଭୁଲ ତୋର ଭୋଗୁଛି ମୁଁ” ମଞ୍ଚସ୍ଥ ହୋଇଯାଇଛି । ଶ୍ରାବଣ ପ୍ରଥମ ସୋମବାର ରାତିରେ ନାଟ୍ଯ ସଂସଦର ୩୯ତମ ଅବଦାନରେ ମଞ୍ଚସ୍ଥ ଏହି ନାଟକକୁ କେ.ନୀଳମାଧବ ଆଚାରୀ ଉଦଘାଟନ କରିଥିବା ବେଳେ ଏଥିରେ ଅତିଥି ଭାବେ ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ , ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା , ଗୋଳାବନ୍ଧ ପଞ୍ଚାୟତ ସମିତି ସଭ୍ୟ ଜିତେନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇ ଦର୍ଶକ ଏବଂ କଳାକାରଙ୍କୁ ଉତ୍ସାହିତ କରିଥିଲେ । ନାଟ୍ଯକାର ସୁଧାକର ମହାପାତ୍ରଙ୍କ ନିର୍ଦ୍ଦେଶନା ଏବଂ ସାଧୁ ଚରଣ ବିଷୋୟୀଙ୍କ ପରିଚାଳନାରେ ମଞ୍ଚସ୍ଥ ଉକ୍ତ ନାଟକଟିକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଗ୍ରାମବାସୀ ସହଯୋଗରେ ନାଟକ ପରିବେଷଣ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ।