ଛତ୍ରପୁର ପୌର ପରିଷଦ ର ପ୍ରଥମ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଙ୍କ ଚିକିତ୍ସାଧୀନ ଅବସ୍ଥା ରେ ଦେହାନ୍ତ
ଛତ୍ରପୁର ତା ୧୦/୬/୨୬(ଅରୁଣ କୁମାର ପଣ୍ଡା )ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ଅବସ୍ଥାରେ ବୁଧବାର ତାଙ୍କ ବିୟୋଗ ହୋଇଛି ଏହି ଖବର ନେଇ ଛତ୍ରପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
ସ୍ବର୍ଗତ ଶର୍ମିଷ୍ଠା ପ୍ରଧାନ ଜଣେ ମେଳାପୀ, ପରୋପକାରୀ, ବନ୍ଧୁବାଛଲ୍ୟ ଏବଂ ସମାଜସେବୀ ଭାବେ ସୁପରିଚିତ ଥିଲେ । ସ୍ବର୍ଗତ ଶର୍ମିଷ୍ଠା ପ୍ରଧାନ ନିଜ ଉତ୍ତମ ବ୍ୟବହାର ଓ ସ୍ମିତ ହାସ୍ୟ ଦ୍ୱାରା ସହର ବାସୀଙ୍କ ଅତି ପ୍ରିୟଭାଜନ ହୋଇଥିବା ବେଳେ ତାଙ୍କ ବିୟୋଗରେ ସହରର ସମସ୍ତ ରାଜନୈତିକ ବ୍ୟକ୍ତି ବିଶେଷ, ସମାଜସେବୀ, କାଉନସିଲର ତଥା ଜନ ସାଧାରଣମାନେ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କର ଏକ ମାତ୍ର ପୁଅ ଅଛନ୍ତି ସ୍ବର୍ଗତ ଶର୍ମିଷ୍ଠା ପ୍ରଧାନ ଗତ ୨୦୨୨ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିରୁ ଛତ୍ରପୁର ଏନଏସି ଅଧ୍ୟକ୍ଷା ପଦବୀ ନିମନ୍ତେ ସିଧାସଳଖ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।
