କୋରାପୁଟ ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟ ନିର୍ଦେଶ କୁ ଅବମାନନା ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ସମିତି ସଭ୍ୟ ସଭ୍ୟା

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ର ଏଇଇ ସନ୍ତୋଷ ବାଗସିଂ ଙ୍କୁ ଜ଼ିଲ୍ଲା ପିରିଷଦ କାର୍ଯ୍ୟା ଳୟ କୋରାପୁଟ ଙ୍କ ପତ୍ର ସଂଖ୍ୟା 6111/x-60/2024ଅନୁଯାୟୀ ବୋରିଗୁମ୍ମା ଡେପୁଟେସନ ରେ ବଦଳି ହୋଇଛି ବୋରିଗୁମ୍ମା ଠାରୁ ଏଇଇ ପ୍ରକାଶ କୁମାର ପ୍ରଧାନ ଙ୍କୁ କୋଟପାଡ଼ 4.12.2024ରିଖ ରେ ବଦଳି ଚିଠି ହୋଇଛି କିନ୍ତୁ ଏ ପର୍ଯ୍ୟନ୍ତ ରିଲିଭ କରାଯାଇ ନାହିଁ ଯାହା ଦ୍ୱାରା ଜନସାଧାରଣ ରେ ଦିନ କୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି I ସୂଚନା ଅନୁଯାଇ ଏଇଇ ବାଗସିଂ କେତକ ହାତ ଗଣତି ଠିକା ଦାର ଙ୍କ ସୁହାଇ ଲା ଭଳି କାମ କରୁଛନ୍ତି. ସତର ଗୋଟି ପଞ୍ଚାୟତ ମଧ୍ୟରୁ ଗିର୍ଲା ଏବଂ ସୁତିପଦର ଗ୍ରାମ ପଞ୍ଚାୟତ ରେ ବହୁତ ଗୁଡିଏ ପ୍ରକଳ୍ପ ପ୍ରସ୍ତାବ ପ୍ରଦାନ କରାଯାଇଛି. କିନ୍ତୁ ବଳକା ପଞ୍ଚାୟତ ରେ ଜନ ପ୍ରତି ନିଧିଙ୍କ ପ୍ରକଳ୍ପର ପ୍ରସ୍ତାବ ଦିଆଯାଇନାହିଁ. ଏଇଇ ଙ୍କ ଏ ଭଳି ଏକ ତରଫା କାର୍ଯ୍ୟ କଳାପ କୁ ନେଇ ସମିତି ସଭ୍ୟ ସଭ୍ୟା ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ ସନ୍ଧ୍ୟା ସମରଥ ଙ୍କୁ କାର୍ଯ୍ୟା ଳୟ ରେ ମଙ୍ଗଳ ବାର ସାକ୍ଷାତ କରି ଅବଗତ କରାଇ ଥିବା ଜଣା ଯାଇଛି I ବାଗସିଂ ଙ୍କ ନାମ ରେ ଚାରି ଥର ଥାନାରେ ଏ ତଲା ହୋଇ ସମାଧାନ ହୋଇଛି. ସେ ଭନସୁଲି ସରପଞ୍ଚ ଙ୍କ ସମେତ କେତକ ଠିକାଦାର ଙ୍କୁ ଦୁର୍ବ୍ୟବହାର କରିଛନ୍ତି କାହିଁକି ତାଙ୍କୁ କୋଟପାଡ଼ ବ୍ଲକର ଦାଇତ୍ୱ ପ୍ରଦାନ କରାଯାଇଛି I ଆର କେ ନାୟକ ଙ୍କୁ ରାତାରାତି ଜୟପୁର ଠାରୁ ବଦଳି ଏବଂ ରିଲିଭ କରି କୋଟପାଡ଼ ଦାଇତ୍ୱ ଦିଆଗଲା. ମାତ୍ର ଅବସର ପାଇଁତିନି ମାସ ଅଛି. କୋଟପାଡ଼ ରେ ଜଣେ ଡବଲ ଏଇଇ. ଦୁଇଜଣ ଏଇଇ ଏବଂ ଚାରି ଜଣ କନିଷ୍ଠ ଯନ୍ତ୍ରୀ ରହି ଥିବାର ବେଳେ ବ୍ଲକର ରାସ୍ତା ଗୁଡିକର ଅବସ୍ଥା ବହୁ ସଚନିୟ ହୋଇପଡିଛି.ବ୍ଲକରେ ଏକାଧିକ ଭେଣ୍ଡେର ଥିବାବେଳେ.ଜଣେ ଭେଣ୍ଡେର ଙ୍କ ନାମ ରେ ଏକ କୋଟି ସତର ଲକ୍ଷ ମେଟେରିଆଲ ଟଙ୍କା ଏପ୍ରୁଭ କରାଯାଇଛି. ଏକାଧିକ ଠିକାଦାର ଙ୍କୁ ହାରାଶ କରି ଦୁର୍ବ୍ୟବହାର କରୁଥିବା ବାଗସିଂ ନେତା ଅଫିସର ଙ୍କ ଛତ୍ର ଛାୟା ତଳେ ରହି ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ତାଙ୍କୁ ବଦଳି ନ କରି ଭୁଲ ସୁଧାରିବା ପାଇଁ ପରାମର୍ଶ ଦେବା ପାଇଁ ବିଡ଼ିଓ ଙ୍କୁ ସମିତି ସଭ୍ୟ ସଭ୍ୟା ନିବେଦନ କରିଥିବା ଜଣାଯାଇଛି I କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ଦାସ କୋଟପାଡ଼ ରେ ରହୁ ନାହାନ୍ତି.ମନ ଇଚ୍ଛା ଆସି ଦସ୍ତଖତ ମାରି ଚାଲି ଯାଉଛନ୍ତି I ସେ ଦାଇତ୍ୱ ରେ ଥିବା ଘୁମର. ଚିତ୍ରା. ସୁନାରବେଲି ନୂଆଗାଁ ଏବଂ ଷୋଡ ରେଙ୍ଗା ପଞ୍ଚାୟତ ର ଉନ୍ନତି ମୂଳକ କାମ ର ଭିଜିଲେନ୍ସ ତଦନ୍ତ କରାଗଲେ ପ୍ରକ୍ରୁତ ରହସ୍ୟ ଲୋକଲୋଚନ କୁ ଆସିପାରିବ ବୋଲି ଜନପ୍ରତିନିଧି ମାନେ ବିଡ଼ିଓ ଙ୍କୁ ସାକ୍ଷାତ କରିବା ପରେ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି I ସୁତି ପଦର ସମିତି ସଭ୍ୟ ସୁକୁଦେବ ବିଡାର ଅଭିଯୋଗ କରିଛନ୍ତି ଯେ ମୋ ଅଜାଣତ ରେ ବହୁ ଗୁଡିଏ ପ୍ରକଳ୍ପ ସୁତିପଦର ପଞ୍ଚାୟତ ରେ ହୋଇଛି ସେ ଗୁଡିକର ନିରପେକ୍ଷ ତଦନ୍ତ ହେଉ, ବିଡ଼ିଓ ଙ୍କ ପତ୍ର ସଂଖ୍ୟା 3925ତାରିଖ 25.11.2024ଜିପି ଏଲଟେଡ଼ ତାଲିକାରେ ମଧ୍ୟ ବାଗସିଂ କେଉଁ ପଞ୍ଚାୟତ ଦାଇତ୍ୱ ରେ ଅଛନ୍ତି ତାହା ଉଲେଖ କରାଯାଇନାହିଁ I ଅନ୍ୟ ମାନଙ୍କ ମଧ୍ୟ ରେ ଜଗଦୀଶ ଭତରା. ମେଲକା ଯାଈଫୁଲ. ମମତା ଗମ୍ଭାରୀ. ଜେମା ଭତରା. ଗୁରନାଥ ହରିଜନ. ପ୍ରତାପ ସାହୁ. ଉପାଧ୍ୟାକ୍ଷ ତପନ ପାଣିଗ୍ରାହୀ ଏବଂ ଅଧକ୍ଷା କମଳା ଭତରା ଙ୍କ ସମେତ ସମସ୍ତ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ. ଏ ନେଇ ବିଡ଼ିଓ ସନ୍ଧ୍ୟା ସମରଥ ଙ୍କୁ ଯୋଗାଯୋଗ କରିବାରୁ ମୁ ଦାୟିତ୍ୱ ଗ୍ରହଣ କରି ଏକ ସପ୍ତାହ ହୋଇଛି ସମସ୍ତ ସମସ୍ୟା ର ସମାଧାନ ଅତି ଶୀଘ୍ର କରାଯିବ ବୋଲି ସୂଚନା ଦେଇଥିବା ଜଣାଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର