ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ସାମ୍ବାଦିକ ସମ୍ମିଳନୀ..

ପାରଳାଖେମୁଣ୍ଡି,ତା.୧୧.୦୬.୨୦୨୫
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି,କେନ୍ଦ୍ର ଆଦିବାସୀ ମାନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DA-JGUA) ଏବଂ ପ୍ରଧାନମନ୍ତ୍ରୀ-ଜନମନ (PM-JANMAN) ଯୋଜନା ଅଧୀନରେ ସମଗ୍ର ଦେଶ ,ରାଜ୍ୟ ତଥା ଜିଲ୍ଲା ବ୍ୟାପି ଏକ ସଚେତନତା-ତଥା -ଆଇଇସି ଅଭିଯାନ ଏବଂ ମୌଳିକ ସୁବିଧା ଶିବିର ଆରମ୍ଭ ହେବାକୁ ଯାଉଅଛି । ଏହି ଅଭିଯାନ ଆସନ୍ତା କାଲି ତା .୧୨ ଜୁନ୍ ୨୦୨୫ ଠାରୁ ତା.୩୦ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଜିଲ୍ଲା ର ସାତ ଗୋଟି ବ୍ଲକ ର ୮୬ ଗୋଟି ପଞ୍ଚାୟତ ର ମୋଟ ୩୪୫ ଗୋଟି ଆଦିବାସୀ ବହୁଳ ଗ୍ରାମ ସହିତ ୧୯୧ ଗୋଟି ଆଦିମ ଜନଜାତି ବସତି ଗୁଡିକ ମଧ୍ୟରେ ପରିଚାଳିତ ହେବ। ଗୋସାଣୀ ବ୍ଲକ ର ୬ ଗୋଟି ଗ୍ରାମ ,କାଶିନଗର ବ୍ଲକ ର ୧୨ ଗୋଟି ଗ୍ରାମ ,ଗୁମ୍ମା ବ୍ଲକ ର ୧୪୧ ଗୋଟି ଗ୍ରାମ , ରାୟଗଡ଼ ବ୍ଲକ ର ୩୦ ଗୋଟି ଗ୍ରାମ , ମୋହନ ବ୍ଲକ ର ୨୪ ଗୋଟି ଗ୍ରାମ, ଆର.ଉଦୟଗିରି ବ୍ଲକ ର ୧୧୬ ଗୋଟି ଗ୍ରାମ ଏବଂ ନୂଆଗଡ ବ୍ଲକ ର ୧୬ ଗୋଟି ଗ୍ରାମ ଗୁଡିକୁ ପ୍ରାରମ୍ଭିକ ପ୍ରଜାୟରେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ତରଫରୁ ଅନ୍ତର୍ଭୁକ୍ତ କରାଯାଇଅଛି ।
ପ୍ରତୀତି ଆଦିବାସୀ ପରିବାର, ବିଶେଷକରି ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ବାସସ୍ଥାନରେ ,କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତା ବୃଦ୍ଧି କରିବା ସହିତ ସେମାନଙ୍କ ପାଖରେ ମୌଳିକ ସୁବିଧା ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ସହିତ ସୁନିଶ୍ଚିତ କରିବା ଏହି ସଚେତନତା କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ହେବାକୁ ଥିବା ଶିବିର ମାଧ୍ୟମରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବିଭିନ୍ନ ସୁବିଧା ତଥା ଆଧାର କାର୍ଡ , ରାସନ କାର୍ଡ , ଆୟୁଷ୍ମାନ ଭାରତ କାର୍ଡ ,ଜାତି ଗତ ପ୍ରମାଣ ପତ୍ର ,ବାସିନ୍ଦା ପ୍ରମାଣ ପତ୍ର ,କିଷାନ କ୍ରେଡିଟ କାର୍ଡ , ଜନ ଧନ ଆକାଉଣ୍ଟ , ବାର୍ଦ୍ଧକ୍ୟ /ବିଧବା /ଭିନ୍ନକ୍ଷମ ଭତ୍ତା ,ଜଙ୍ଗଲ ଜମି ପଟ୍ଟା ,ଜାଳେଣି ଗ୍ଯାସ ,ଆବସ ଘର ,ବିଜୁଳି , PMGSY ରାସ୍ତା , ଘରକୁ ଘର ପାନୀୟ ଜଳ,ପ୍ରଭାବିତ ଆଦିବାସୀ ସମ୍ପ୍ରଦାୟ ପାଇଁ ସିକଲ୍ ସେଲ୍ ରୋଗ (SCD) ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟସେବା ଯୋଗାଣ ଇତ୍ୟାଦି ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ । ଏହା ସହିତ ଏକ ସଚେତନ ଗାଡି (IEC VAN ) ବିଭିନ୍ନ ବ୍ଲକ ର ଗ୍ରାମ ପଞ୍ଚାୟତ ମାନକୁ ଯାଇ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ IEC ମାଧ୍ୟମେ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବ । ଏହାଦ୍ବାରା ଗ୍ରାମସଭା, ଗ୍ରାମସ୍ତରୀୟ କମିଟିଏବଂ ସ୍ଥାନୀୟ ଅଂଶଗ୍ରହଣକୁ ଅଧିକ କ୍ରିୟାଶୀଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଜିଲ୍ଲା ପ୍ରଶାସନ ତରଫ ରୁ ଜନସାଧାରଣ ଙ୍କୁ ଉକ୍ତ ସଚେତନତା ଏବଂ ମୌଳିକ ସୁବିଧା ପ୍ରଦାନ ଶିବିର ରେ ବହୁଳ ମାତ୍ରାରେ ଉପସ୍ଥିତ ରହି ନିଜର ଏବଂ ନିଜ ଗ୍ରାମର ଆବଶ୍ୟକତାର ଦାବି ଉପସ୍ଥାପନ କରିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଦିନେଶ କୁମାର ଦେଓ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।