March 8, 2026

ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର ପକ୍ଷରୁ  ଛତ୍ରପୁରରେ ଗ୍ରାସରୁଟ ଲିଗ୍ ଚାମ୍ପିୟନସିପ ପଞ୍ଚମ ଗ୍ରାସରୁଟ ଲିଗରେ ଚମକିଲେ ଉଦୀୟମାନ ହକି ତାରକା

IMG-20250611-WA0041
Share

 

 

 

ଛତ୍ରପୁର. ତା .୧୧/୦୫/୨୦୨୫(ଅରୁଣ କୁମାର ପଣ୍ଡା)ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି), ଭୁବନେଶ୍ୱର ପକ୍ଷରୁ ଛତ୍ରପୁରଠାରେ ଗ୍ରାସରୁଟ ଲିଗ୍ ଚାମ୍ପିଅନସିପ ଆୟୋଜିତ ହୋଇଯାଇଛି। ୨୦୨୫ ଜୁନ ୩ ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଲିଗ୍ ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୁବ ହକି ତାରକାମାନେ ଭାଗ ନେଇଥିଲେ।

ଓଡ଼ିଶା ନାଭାଲ ଟାଟା ହକି ଏଚପିସି ଓ ହକି ଏସିଇ ଫାଉଣ୍ଡେସନ୍ ଏବଂ ଓଡ଼ିଶା ସରକାରର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମିଳିତ ଆନୁକୁଲ୍ଯରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରଯାଇଥିଲା। ସେଥିରେ ୧୬ ବର୍ଷରୁ କମ ବୟସର ବାଳକ ଓ ବାଳିକାମାନେ ଭାଗ ନେଇଥିଲେ। ଏଥିରେ ଏଚଟିସି ଛତ୍ରପୁର, ଜିଆର୍ ପିପିଏଲ ପାରାଦୀପ, ଏଚଟିସି କଟକ, ଏଚଟିସି ଯାଜପୁର, ଏଚଟିସି ସବ୍ଡ଼େଗା, ଏଚଟିସି କୁତ୍ରା, ଏଚଟିସି ସାଉନମାର, ଏଚଟିସି ଭୁବନେଶ୍ବର, ଜିଆର୍ ରଣପୁର, ଜିଆର୍ ଅନଗୁଳ, ଜିଆର୍ ପୁରୀ, ଜିଆର୍ ଢେଙ୍କାନାଳ, ଜିଆର୍ ଗୋବରଘାଟି, ଜିଆର୍ କେଶିଙ୍ଗା, ଜିଆର୍ ଚଢେଇଗାଁ, ଜିଆର୍ ଭାମିନୀ, ଜିଆର୍ ରାୟଗଡା ଭଳି ୧୭ଟି ଟ୍ରେନିଂ ସେଣ୍ଟରର ଯୁବ ଖେଳାଳିମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ ଠାରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ମ୍ଯାଚରେ ସ୍ଥାନ ପାଇବାକୁ ଯୁବ ଖେଳାଳିମାନେ ପ୍ରତିଦ୍ୱନ୍ଦିତା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ଦିନଠାରୁ ଏହି ଲିଗ୍ ତୃଣମୂଳସ୍ତରରୁ ଏଲିଟ୍ ହକି ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ଯାହା ଖେଳାଳିମାନଙ୍କୁ ରାଜ୍ୟ ଏବଂ ଜାତୀୟସ୍ତରରେ ହକି ଖେଳିବା ପାଇଁ ସାହାଯ୍ୟ କରିଥାଏ। ପିଲାମାନେ ପ୍ରତିଯୋଗିତାରେ ଭାଗ ନେବା ସହିତ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇ ପାରୁଛନ୍ତି। ମଫସଲରୁ ବାହାରୁଥିବା ହକି ଖେଳାଳିଙ୍କୁ ଭାରତୀୟ ହକି ଟିମରେ ଜାଗା ପାଇବା ଲକ୍ଷ୍ୟରେ ଏଚପିସି ଏହି ଲିଗ ଆଯୋଜନ କରୁଛି। ଏହି

ଲିଗ୍ ଚାମ୍ପିୟନସିପ ଉଦଘାଟନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ଛତ୍ରପୁର ଏନଏସି ଅଧ୍ୟକ୍ଷା ସର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷା ଜି.ପାପା ରାଓ, ଓଏନଟିଏଚଏଚପିସି ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ, ଲିଡ ହାଇ ପରଫରମାନ୍ସ କୋଚ୍ ରୂଡୋଲ୍ଫ ୱର୍ଟମାନ ଏବଂ ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ କୁମାର ରାଉଳ ପ୍ରମୁଖ ସାମିଲ ହୋଇଥିଲେ।