March 8, 2026

ଛତ୍ରପୁର ବ୍ଲକରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

IMG-20250611-WA0038
Share

 

ଛତ୍ରପୁର .ତା.୧୧/୦୬/୨୦୨୫(ଅରୁଣ କୁମାର ପଣ୍ଡା)ଆମେ ଓଡିଆ, ଆମ ଖାଦ୍ୟ ବି ବଢିଆ l ଆଜିର ଆଧୁନିକ ସମାଜର ଚାଲି ଚଳଣି କ୍ଷୀପ୍ର ଗତିରେ ପରିବର୍ତନ ହେବା ଦ୍ୱାରା ଆମର ପୁରାତନ ଖାଦ୍ୟ ତଥା ସ୍ବାସ୍ଥ୍ୟହିତକର ଖାଦ୍ୟ ଠାରୁ ଆଜିର ଯୁବବର୍ଗ ଅବା ପ୍ରତ୍ୟେକ ମଣିଷ ଦୂରେଇ ଯାଇ ଅସ୍ଵସ୍ଥ୍ୟକର ଖାଦ୍ୟ ପଛରେ ପଡ଼ି ରୋଗଗ୍ରସ୍ତ ହୁଅନ୍ତି ଏବଂ ଆମର ବିଶ୍ଵ ପ୍ରସିଦ୍ଧ ଓଡିଆ ଖାଦ୍ୟ ଧୀରେ ଧୀରେ ବିଲୁପ୍ତ ହେବାରେ ବସିଲାଣି l ଏହାକୁ ହୃଦୟଙ୍ଗମ କରି ଓଡିଶା ସରକାର ଅଭିନବ ପ୍ରୟାସ କରିଛନ୍ତି l ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ପ୍ରତି ବ୍ଲକରେ ସ୍ଵୟଂ ସହାୟକ ଗୋଷ୍ଠୀ ମାଁ ମାନଙ୍କ ଦ୍ୱାରା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅୟୋଜନ କରାଯାଉଛି l ଯାହା ଫଳରେ ମାଁ ମାନଙ୍କ ମଧ୍ୟରେ ପୁଣି ଥରେ ଆମର ସେହି ପୁରୁଣା ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯିବ, ଆଉ ଏକ ସୁସ୍ଥ ପରିବେଶ ସାଙ୍ଗକୁ ସୁସ୍ଥ ରାଜ୍ୟ ଗଠନ ହୋଇପାରିବ l ସରକାରଙ୍କ ଏହି ନିର୍ଦ୍ଦେଶନାମା ଅନୁସାରେ ଆଜି ଛତ୍ରପୁର ବ୍ଲକ୍ ତରଫରୁ ଅସ୍ଥାୟୀ ଏନଏସି କାର୍ଯ୍ୟାଳୟ ପରିସରରେ ବିଡ଼ିଓ ସମ୍ବିତ୍ ସଂଗ୍ରାମଜିତ୍ ସାହୁଙ୍କ ପୌରହିତ୍ୟରେ ଏହି ପ୍ରତିଯୋଗିତା ଅୟୋଜନ କରଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ଉପାଧ୍ୟକ୍ଷ G ପାପା ରାଓ,ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀମତୀ ଏସ୍ ସାରଦା ରେଡ୍ଡୀ, ଅଧ୍ୟକ୍ଷାଙ୍କ ପ୍ରତିନିଧି , ଡିପିସି ଜୟକୃଷ୍ଣ ମହାପାତ୍ର, ଡିପିଏମ ସନ୍ତୋଷ ରଥ , ଛତ୍ରପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ , ଏବିଡିଓ ଜୟଶ୍ରୀ ନାୟକ,ସିଡିପିଓ ପ୍ରଣମିତା ପଣ୍ଡା , ଗୃହ ବିଜ୍ଞାନ ଅଧ୍ୟାପିକା ଦୀପ୍ତି ନନ୍ଦ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ବ୍ଲକ୍ ମିଶନ ଶକ୍ତି ବିଭାଗର ବିପିସି ସୀତା ବରାଳ ଓ ବିପିଏମ୍ ମାନିନୀ ଜେନା ଉଭୟ ସଂଯୋଜନା କରିଥିଲେ l ଆଜିର ପ୍ରତିଯୋଗିତାରେ ୨୪ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିଲେ l ଶେଷରେ ଚୟନକର୍ତା ଙ୍କ ଦ୍ୱାରା ୫୦ ମାର୍କ ବିଶିଷ୍ଟ ୫ ଟି ମାନଦଣ୍ଡକୁ ପରଖି କଣମଣା ଗ୍ରାମପଞ୍ଚାୟତର ନିର୍ମଳା ଦେବୀ ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରଥମ ସ୍ଥାନ ବିବେଚନା କରଯାଇଥିଲା ବେଳେ ବିପୁଲିଙ୍ଗୀ ଗ୍ରାମପଞ୍ଚାୟତର ମାଁ ଅମ୍ବିକା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦ୍ୱିତୀୟ ସ୍ଥାନ ବିବେଚନା କରଯାଇଥିଲା l ଏହି ଦୁଇ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଅତିଥିମାନଙ୍କ ଦ୍ୱାରା ପ୍ରଥମକୁ ୫ ହଜାର ଓ ଦ୍ଵିତୀୟକୁ ୪ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିଲା l ତାହା ସହିତ ଯେଉଁମାନେ ଅଂଶ ଗ୍ରହଣ କରିଥିଲେ ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା l ଛତ୍ରପୁର ବ୍ଲକ୍ ର ଏହି ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ, ଆଗାମୀ ଦିନରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଭାଗ ନେବେ l ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଏମବିକେ, ସିଆରପି, ବ୍ୟାଙ୍କ୍ ମିତ୍ର, ପ୍ରାଣୀମିତ୍ର, କୃଷୀମିତ୍ର ପ୍ରଭୃତି ସମସ୍ତେ ଉପସ୍ଥିତ ଥିଲେ l