June 14, 2025

ସ୍ନାନ ବେଦିରେ ଦର୍ଶନ ଦେଲେ ଚତୁର୍ଦ୍ଧା ପୂର୍ଣ୍ଣାଙ୍ଗ ବିଗ୍ରହ ମୂର୍ତ୍ତୀ ଜଗୁଲେଇ ପାଟଣା,ଖୋର୍ଦ୍ଧା।

IMG-20250611-WA0026
Share

ଖୋର୍ଦ୍ଧା:୧୧/୦୬ । (ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ନିକଟସ୍ଥ ଜଗୁଳେଇ ପାଟଣା ଅନନ୍ତପୁରୁଷୋତ୍ତମ କ୍ଷେତ୍ରରେ ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ପୂର୍ଣ୍ଣାଙ୍ଗ ଚତୁର୍ଦ୍ଧା ବିଗ୍ରହ ମୂର୍ତ୍ତୀ। ମହାପ୍ରଭୁ ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ହେଉଛି ପ୍ରଧାନ ଯାତ୍ରା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତୀ ରତ୍ନସିଂହାସନରୁ ଆସି ସର୍ବସାଧାରଣ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ପବିତ୍ର ଜ୍ୟେଷ୍ଠ ପୁର୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୁଦର୍ଶନ, ବଳଭଦ୍ର, ମା ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ଚତୁର୍ଦ୍ଧା ପୂର୍ଣ୍ଣାଙ୍ଗ ବିଗ୍ରହ ମୂର୍ତ୍ତୀ ଅନନ୍ତ ପୁରୁଷୋତ୍ତମ କ୍ଷେତ୍ର ଜାଗୁଲେଇ ପାଟଣା ଖୋର୍ଦ୍ଧାରେ ସ୍ନାନ ବେଦୀରେ ଦର୍ଶନ ଦେଉଛନ୍ତି। ପୁର୍ବ ପ୍ରସ୍ତୁତି ଅନୁଯାଇ ବୁଧବାର ଭୋର୍ ୪.ଟା ରେ ଦ୍ଵାର ଫିଟା,୪.୩୦ରେ ମଙ୍ଗଳ ଆଳତି, ମଇଲମ୍, ଅବକାଶ,ତଡପଲାଗି, ନୀତି ବଢ଼ୀ ସକାଳ ୭.ଟା ରେ ଗୋପାଳ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ୮. ଟା ରେ ପହଣ୍ଡି ଆରମ୍ଭ ହୋଇ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧା ବିଗ୍ରହଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ କାରୁଣ୍ୟ କୁଣ୍ଡରୁ ସୁବାସିତ ଜଳ ଅଣାଯାଇ ସୁଦର୍ଶନ ଓ ତିନି ଠାକୁରଙ୍କ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇ ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି।