କାଳ ବୈଶାଖୀ ର ତାଣ୍ଡବ ରୂପ

ଗଞ୍ଜାମ – ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରେ ସୋମବାର ଅପରାହ୍ନ ରେ କାଳବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଛି କ୍ଷୀପ୍ର ପବନ ଓ ବର୍ଷା ପ୍ରଭାବ ରେ ନାହିନଥିବା କ୍ଷୟକ୍ଷତି ହେବା ସହ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି l ଫଳରେ ଝାରେଡି ରାଧା ଗୋବିନ୍ଦ ପୁର, ସାନ ରାମଚନ୍ଦ୍ର ପୁର, ସୁବଳୟା, ରାମଗଡ଼ ପ୍ରମୁଖ ପଞ୍ଚାୟତ ରେ ଶସ୍ୟକ୍ଷେତ୍ରରେ ଲାଗିଥିବା ପନିପରିବା ର ବୁଣା ଯାଇଥିବା ବିହନ ପଚି ନଷ୍ଟ ହୋଇଯାଇଥିବା ବେଳେ ଭେଣ୍ଡି, ବାଇଗଣ ଓ ଆନ୍ୟାନ୍ୟ ଫସଲ ନଷ୍ଟ ହୋଇଯାଇଥିବା ଲକ୍ଷ କରାଯାଇଛି l
ରାସ୍ତାରେ ବଡ଼ ବଡ଼ ଗଛ ଗୁଡିକ ବିଭିନ୍ନ ସ୍ଥାନରେ ପଡି ରାସ୍ତା ଅବରୋଧ ହୋଇପଡ଼ିଥିବା ବେଳେ
ସିପକୁଡା ପୃଥ୍ୱୀରାଜ ନାହାକ ଙ୍କ ବାଇକ ରେ ଏକ ବିଦ୍ୟୁତ ପୋଲ ପଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି l ସେହିପରି ପାଣି ପଞ୍ଚାୟତ ଦ୍ୱାରା ପ୍ରଦତ୍ତ ସୋଲାର ପ୍ଲେଟ ଭାଙ୍ଗିରୁଜି ଯାଇଛି l ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଛିଡି ପଡିଛି l କଣ୍ଟାପଡା ଛକ ଠାରୁ ସିପକୁଦା, କଣ୍ଟାପଡା ଛକରୁ ବିଟି ନୁଆଁ ଗାଁ ବାଲିବଗଡ଼ ଠାରୁ ପାଲୁରୁ ଗଡ଼,16 ନମ୍ବର ଜାତୀୟ ରାଜପଥ ରେ ବୁରୁଡି ଠାରୁ ହୁମ୍ମା ମଧ୍ୟରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା l ଏନେଇ ସ୍ଥାନୀୟ ସମାଜସେବୀ ଶ୍ରୀ ନାହାକ ଗଞ୍ଜାମ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସଙ୍ଗେ ସଙ୍ଗେ ବିଡ଼ିଓ ଓଡାର୍ପି ଓ ଦମକଳ ବାହିନୀ କୁ ଯୋଗାଯୋଗ କରିବା ସହ ନିଜେ ଉପସ୍ଥିତ ରହି ରାସ୍ତା ଅବରୋଧ ହଟାଇବା ବ୍ୟବସ୍ଥା କରାଇଥିଲେ l
କଣ୍ଟାପଡା ଛକ ରେ ରହିଥିବା ପେଟ୍ରୋଲ ପମ୍ପ ଓ କାଜୁ ତେଲ ଉତ୍ପାଦନ କମ୍ପାନିର ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି l ଗତ କାଲିଠାରୁ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ଯୋଗୁଁ ଅଂଚଳବାସୀ ନାହିନଥିବା ଆସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି l
ଚାଷୀ ସମୁଦାୟ ଙ୍କ କ୍ଷୟକ୍ଷତି ର ଭରଣା ପାଇଁ ସରକାର ପଦକ୍ଷପ ନେବାକୁ ଅଂଚଳବାସୀ ଦାବୀ କରିଥିବା ବେଳେ ତୁରନ୍ତ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନେଇ ବିଭାଗିୟ
ଅଧିକାରୀ ପଦକ୍ଷେପ ନେବାକୁ ଦାବୀ ହେଉଛି l