May 12, 2025

ଘର ବାରଣ୍ଡାକୁ ମାଡିଗଲା କାର,ଜଣେ ମୃତ, ଦୁଇ ଗୁରୁତର, (ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘ ୫ ଘଣ୍ଟା ଜାତୀୟ ରାଜପଥ ଅବରୋଧ)

Share

 

 

 

ଆସିକା ୧୦/୦୫- ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେସରାପଲ୍ଲୀ ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଗୋଟିଏ ଘର ବାରଣ୍ଡା ଉପରକୁ କାର ମାଡିଯିବାରୁ ଗ୍ରାମର ସଂଯୁକ୍ତା ବିଷୋୟୀ ନାମକ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ନମିତା ବିଷୋୟୀ (୪୦) ଓ ଗୋଟିଏ ଛୋଟ ଝିଅ ଗୁରୁତର ହୋଇଛନ୍ତି l ପ୍ରକାଶ ଥାଉକି ସଂଯୁକ୍ତା ଓ ତାଙ୍କ ପରିବାର ଗ୍ରାମ ଦେଇଯାଇଥିବା ଜାତୀୟ ରାଜପଥ କଡ଼ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ବ୍ରହ୍ମପୁର ରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଗୋଟିଏ କାର ଅଚାନକ ଘର ଉପରକୁ ମାଡିଯାଇ ରାସ୍ତା ଉପରେ ଓଲଟି ପଡିଥିଲା l ଦୁର୍ଘଟଣା ରେ ସଂଯୁକ୍ତା ଓ ଅନ୍ୟ ଦୁଇ ଗୁରୁତର ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ଚିକିତ୍ସା ନିମନ୍ତେ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସା ଲୟକୁ ଆଣିଥିଲେ ଏଠାରେ କାର୍ଯ୍ୟରତ ଡାକ୍ତର ସଂଯୁକ୍ତାଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଦୁଇ ଗୁରୁତର ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିଥିଲେ।ଏବଂ ତାପରେ ସେ ଦୁଇଜଣକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ଅନ୍ୟପଟେ ଦୁର୍ଘଟଣା ପରେ ଗ୍ରାମବାସୀ ରାତି ୧୨ଟାରୁ ଜାତୀୟ ରାଜପଥ ଅବରୋଧ କରିବା ସହ କ୍ଷତି ପୂରଣ ଦାବି କରିଥିଲେ l ଦୀର୍ଘ ୫ଘଣ୍ଟା ଧରି ରାସ୍ତା ଅବରୋଧ ପରେ ଭଞ୍ଜନଗର ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା,ଭଞ୍ଜନଗର ଅତରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେଓ,ଆସିକା ଅତିରିକ୍ତ ତହସିଲଦାର ଅମରେଶ ସାବତ,ଭଞ୍ଜନଗର ଏସ୍ଡ଼ିପିଓ ସୁଜିତ ନାୟକ, ଗାଙ୍ଗପୁର ଥାନା ଅଧିକାରୀଣି ଶୁଭଲଷ୍ମୀ ପୂଜାରୀ, ଆସିକା ତହସିଲ ସୁପରଭାଇଜର ବିଶ୍ୱନାଥ ଲେଙ୍କା, ରାଜସ୍ବ ନିରୀକ୍ଷକ ସ୍ୱରାଜ ଗୌଡ଼ ଙ୍କ ସମତେ ବହୁ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରିବା ସହ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ମୃତକ ଙ୍କ ପରିବାରକୁ ୩୦ ହଜାର,ଗୁରୁତର ମାନଙ୍କୁ ଜଣକା ୧୦ ହଜାର ଲେଖାଏଁ କ୍ଷତିପୂରଣ ଘୋଷଣା କରିବା ସହ ଉକ୍ତ ସ୍ଥାନଟିରେ ବ୍ୟାରିକେଟ ଲଗାଇବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା। ଅନ୍ୟପଟେ ରାତି ତମାମ ଜାତୀୟ ରାଜପଥ ଦୁଇ ପାର୍ଶ୍ୱରେ ଛିଡା ହୋଇଥିବା ଶହ ଶହ ଗାଡି ଦୂରଗାମୀ ବସ ଚଳାଚଳ ସ୍ୱାଭାବିକ ହୋଇଥିଲା।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ