June 16, 2026

ମା’ଙ୍କପାଇଁ ଦିନଟିଏ, ମା’ଶଦ୍ଦଟିର ନାହିଁ ତୁଳନା। 

IMG-20250511-WA0041
Share

 

 

ବୋଲଗଡ଼,୧୧/୦୫(ସୁଶାନ୍ତ କୁମାର ପ୍ରଧାନ):

ମା’ଙ୍କ ପାଇଁ ଦିନଟିଏ, ମା’ ଶଦ୍ଦଟିର ନାହିଁ ତୁଳନା। ସେଥିପାଇଁ ସବୁଠି ପାଳନ କରାଯାଉଛି ମାତୃଦିବସ। ୧୯୧୪ମସିହାରୁ ଆରମ୍ଭ ହୋଇଥିଲା ଏହି ପରମ୍ପରା। ଆମେରିକାର ଏନା ଜର୍ବିସ ନାମ୍ନୀ ମହିଳା ଆରମ୍ଭ କରିଥିଲେ ମଦର୍ସ ଡେ ସେଲିବ୍ରେସନ। ବର୍ତ୍ତମାନ ସମୟରେ ଏହା ସାରା ବିଶ୍ୱକୁ ବ୍ୟାପିଗଲାଣି।

ମା’ ଶଦ୍ଦ ଟିକୁ ଲେଖିବା ଓ କହିବା ଶଦ୍ଦ କୋଷରୁ ଗୋଟିଏ ଶବ୍ଦ ଆବଶ୍ୟକ ପଡିଥାଏ ‘ମା’, ‘ମା’ ଆମ ବିଶ୍ବାସ, ‘ମା’ ଆମର ନିଶ୍ୱାସ। ସେହି ‘ମା’ ର ମମତା, ତ୍ୟାଗ, ବଳିଦାନ ଓ ତପସ୍ୟା ପାଇଁ ମଣିଷ ବଡ ହୋଇ ଥାଏ। ଯଦି ‘ମା’ ର କଥା କୁହାଯାଏ ରାତି ଦିନ ସରିଯିବ ତଥାପି ସାରି ହେବନାହିଁ ‘ମା’ର ଉତ୍ସର୍ଗତାକୁ। ‘ମା’ଙ୍କ ପ୍ରତି ଥିବା ଗଭୀର ସ୍ନେହ ଶ୍ରଦ୍ଧା ବିଶ୍ୱାସ ଭଲ ପାଇବା ଏହି ଦିବସ ର ପରିକଳ୍ପନା ମାତ୍ର।ସେହି ‘ମା’ ଯେ କୌଣସି ପରିସ୍ଥିତିରେ ପ୍ରତେକ ସନ୍ତାନ ପାଇଁ ସାମ୍ନା କରିପାରେ। ଏବଂ ‘ମା’ ସମସ୍ତ ପାଇଁ ଆଦ୍ୟଗୁରୁ ଶକ୍ତିମୟୀ ଜଗଜ୍ଜନନୀ ଦୁର୍ଗା ହୋଇ ପାରନ୍ତି।ଜୀବନରେ ଯେତେ ଦୁଃଖ କଷ୍ଟଆସିଲେବି ‘ମା’ ଆଗରେ ସବୁ ତୁଚ୍ଛ ହୋଇ ଯାଏ। ପାଖରେ ‘ମା’ ଥିଲେ ସଂସାରରେ ସବୁକିଛି ଥିଲା ପରିଲାଗେ। ସେଥିପାଇଁ ଲୋକ କଥା ଅଛି ସମସ୍ତ ଙ୍କ ରୁଣ ସୁଜିହେବ କିନ୍ତୁ ମା ବାପା ଙ୍କ ଋଣ ମରିବାଯାଏ କେବେ କେହି ସୁଝି ପାରିବେ ନାହିଁ। ‘ମା’ କୁ ଭଲ ପାଇବା ସେମିତି କିଛି ବିଶେଷ ଦିନର ଆବଶ୍ୟକତା ନାହିଁ। କିନ୍ତୁ ମାତୃଦିବସରେ ନିଜର ଭାବନାକୁ ପ୍ରକାଶ କରିବା ବାହାନା ମାଧ୍ୟମରେ ସୁଯୋଗ ମିଳିଥାଏ। ମାତୃ ଦିବସରେ ମା ଓ ମାତୃଭୂମି ପାଇଁ ଏତିକି ହିଁ କହିହେବ “ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀଂ”

ସେଥିପାଇଁ ପ୍ରତି ମା’ଙ୍କୁ ଉତ୍ସର୍ଗୀକୃତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ ହେଉଛି ମା’ପାଇଁ ଦିନଟିଏ। ଆସନ୍ତୁ ଆମକୁ ଆଲୋକ ଦେଖାଇଥିବା ବଞ୍ଚିବାର ରାହା ଦେଉଥିବା ମାଆଙ୍କୁ ପ୍ରଣାମ କରିବା।

You may have missed