March 8, 2026

କାଶୀନଗର ବ୍ଲକ କଇଠପଦର୍ ଠାରେ ଏସ କେ ଏସ ଷ୍ଟୋନ କ୍ରସର୍ କୁ ପାରଳା ବିଧାୟକ କଲେ ଉଦଘାଟନ

WhatsApp Image 2025-05-11 at 12.09.11 PM
Share

ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ କିଡ଼ିଗାଁ ଗ୍ରାମ ପଞ୍ଚାୟତ ଅଧୀନ କଇଠପଦର ଠାରେ ଏକ ଷ୍ଟୋନ କ୍ରସର ୟୁନିଟ୍ କୁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ବିଧାୟକ ଙ୍କ ସମେତ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଙ୍କ ସମେତ ଅଞ୍ଚଳ ର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିବା ସହ ସମସ୍ତ ବରିଷ୍ଟ ରାଜନୈତିକ ବ୍ୟକ୍ତି, ଶୁଭେଚ୍ଛୁ ପ୍ରମୁଖ ଉପସ୍ଥିତ ରହି ଏହି ଅଞ୍ଚଳରେ ଏହି ୟୁନିଟ୍ ସ୍ଥାପନ ହେବା ହେତୁ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଦୃତ ଗତିରେ ଚାଲିପାରିବ ବୋଲି ପ୍ରକାଶ କରିଥିଲେ। ପୂର୍ବରୁ ଏହି ଅଞ୍ଚଳ ବାସୀ ଆନ୍ଧ୍ର ଉପରେ ନିର୍ଭର କରୁଥିବା ପ୍ରକାଶ କରିଥିଲେ। ବର୍ତ୍ତମାନ ଲୋକେ ସୁବିଧାରେ ଏବଂ ଉଚିତ୍ ମୂଲ୍ୟରେ ଘରୋଇ ବ୍ୟବହାର ପାଇଁ ଠିକ୍ ସମୟରେ ସାମଗ୍ରୀ ପାଇବେ ବୋଲି ପ୍ରକାଶ କରିଥିଲେ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ରାମକୃଷ୍ଣ ସାହୁ ଥିବା ବେଳେ ପୁରୋହିତ ରାଧାକୃଷ୍ଣ ପାଢ଼ୀ ପୂଜାର୍ଚ୍ଚନା କରିଥିଲେ। କ୍ରସର୍ ମାଲିକ ଶ୍ରୀ ଲମ୍ବୋଦର ସାହୁ ଏବଂ ପରିବାର ଏହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ।