June 29, 2024
Share

 

ଗୁଣୁପୁର,-ରାତାରାତି ହେବେ ମାଲେମାଲ । ପ୍ରଚୁର ଅର୍ଥ ଲାଳସାରେ ବେଆଇନ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି ଆଜିର ଲୋକେ । ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ବାଘଛାଲ ବିକ୍ରି କାରବାର ହେଉଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲା ବନ ବିଭାଗ । ୧୪ ଲକ୍ଷ ଟଙ୍କା ରେ ବିକ୍ରି କରିବାକୁ ହୋଇଥିଲା ଯୋଜନା । ପଦ୍ମପୁର, ଘନାନ୍ତ୍ରୀ, ଡମ୍ବସରା, ଅନ୍ତର୍ଝୋଲି, ସୁରୁକୁପା ପ୍ରଭୃତି ଅଞ୍ଚଳ ର ଅସାମାଜିକ ବ୍ୟକ୍ତି ବିଶେଷ କାରବାର କରୁଥିଲେ ବାଘଛାଲ । ଦୁର୍ଗମ ଅଞ୍ଚଳରେ ଶିକାର କରି ଛାଲ ଗଛିତ ରଖି ବାହାରେ ଚଢା ଦରରେ ବିକ୍ରି ହେଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ୫ ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ରାୟଗଡା ଓ ଗୁଣୁପୁର ବନ ବିଭାଗ ।(ସୁରେନ୍ଦ୍ର ମହାନ୍ତି )