April 25, 2026

ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ ଯୁବକ….

bhuj0p
Share

ବୁଗୁଡ଼ା : ତା ୧୧/୦୫/୨୪ : ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ପଞ୍ଚାୟତର ପଥରବଣି ଗ୍ରାମରେ ଜନୈକ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି l ମୃତ ଯୁବକ ଜଣକ ହେଲେ ପଥରବଣି ଗ୍ରାମର ନୀଳାଞ୍ଚଳ ନାୟକଙ୍କ ଜ୍ୟେଷ୍ଠ ପୁତ୍ର ଲଷ୍ମୀ ନାରାୟଣ ନାୟକ(୧୯ ) l ପ୍ରକାଶ ଯେ , ଗତକାଲି ସନ୍ଧ୍ୟାରେ ଲକ୍ଷ୍ମୀଙ୍କ ପରିବାର ଲୋକେ ନିକଟସ୍ଥ ଜେଏକ ଗ୍ରାମକୁ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଲକ୍ଷ୍ମୀ ଘର ଭିତରେ ଥିବା ଏକ ପଙ୍ଖାରେ ରଶି ଲଗାଇ ଝୁଲି ପଡ଼ିଥିଲେ l ଲକ୍ଷ୍ମୀ ଫୋନ ନଉଠାଇବାରୁ ତାଙ୍କ ସାଙ୍ଗମାନେ ସନ୍ଧ୍ୟା ୮ଟା ସମୟରେ ତାଙ୍କୁ ଖୋଜିବାକୁ ଘରକୁ ଆସିଥିଲେ ଏବଂ ଦାଣ୍ଡ ପିଣ୍ଡାରେ ବସିଥିବା ଲକ୍ଷ୍ମୀଙ୍କ ଜେଜେବାପାଙ୍କୁ ଲକ୍ଷ୍ମୀ କୁଆଡେ ଗଲା ବୋଲି ପଚାରିଥିଲେ । ଲକ୍ଷ୍ମୀ କବାଟ ବନ୍ଦ କରି ଘରେ ଅଛି ବୋଲି ଜେଜେବାପା କହିବାରେ ସାଙ୍ଗମାନେ କବାଟ ବାଡେଇ ଲକ୍ଷ୍ମୀଙ୍କୁ ଡାକିଥିଲେ ହେଁ କବାଟ ନଖୋଲିବାରୁ ସେମାନେ କବାଟ ତାଡି ଘରେ ପଶିଥିଲେ ଏବଂ ଲକ୍ଷ୍ମୀ ପଙ୍ଖାରେ ଝୁଲି ରହିଥିବା ଦେଖି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ତେବେ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ କେସ୍ ନଂ ୫/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡିଛି l

You may have missed