ବିପଦସଙ୍କୁଳ ଅବସ୍ଥାରେ ରାସ୍ତାକଡସ୍ଥ ଶୁଖିଲା ଗଛ, ଯାତାୟତ ବେଳେ ଲୋକଙ୍କୁ ଡରାଉଛି, ପ୍ରଶାସନିକ ପ୍ରତିକାର ଦାବି 

IMG-20260411-WA0049
Share

 

ବୁଗୁଡ଼ା : ତା ୧୧/୦୪/୨୬ : ବୁଗୁଡ଼ା-ପୋଲସରା ମୁଖ୍ୟ ସଡକ ଅନ୍ତର୍ଗତ ଗୋଲିଆ ଗାଁ ନିକଟସ୍ଥ କଣିଆପଲ୍ଲୀ ଛକରେ ଏକ ବିରାଟ ଶୁଖିଲା ଥୁଣ୍ଟା ଆମ୍ବ ଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଜଣାଯାଇଛି । ଉକ୍ତ ଗଛଟି ପବନରେ କେତେବେଳେ ଯେ ଭାଙ୍ଗି ପଡି ବିପଦ ସୃଷ୍ଟି କରିବ ତାହା କହି ହେଉନି । ଉକ୍ତ ମୁଖ୍ୟ ସଡକ ଦେଇ ଶହ ଶହ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯାତାୟାତ କରନ୍ତି । ରାସ୍ତା କଡରେ ଏତାଦୃଶ ବିରାଟ ଶୁଖିଲା ଗଛଟି କୌଣସି କାରଣରୁ ଭାଙ୍ଗି ପଡିଲେ ଅଜାଣତରେ ଯିବା ଆସିବା କରୁଥିବା ଯାନବାହନ , ଛାତ୍ରଛାତ୍ରୀ ଓ ଜନସାଧାରଣ ବିପଦର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । ପ୍ରକାଶ ଥାଉ କି , ଗତ ସପ୍ତାହରେ ଶରଣକୁଳ ଅଞ୍ଚଳର ଏକ ଦମ୍ପତ୍ତି ବାଇକରେ ପୋଲସରାରୁ ନିଜ ଗାଁକୁ ଫେରୁଥିବା ବେଳେ ଉକ୍ତ ଥୁଣ୍ଟା ଗଛରୁ ଶୁଖିଲା ଛୋଟ ଡାଳଟିଏ ଖସି ସେମାନଙ୍କ ଉପରେ ପଡିଯିବାରୁ ଭାରସାମ୍ଯ ହରାଇ ରାସ୍ତାକଡକୁ ଚାଲିଯାଇ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ହେଁ ସେ ଦୁହେଁ ସାମାନ୍ୟ ଆହତ ହୋଇଥିଲେ । ତେଣୁ, ଭବିଷ୍ୟତରେ ସମ୍ଭାବ୍ଯ ବିପଦକୁ ଏତାଇବା ସକାଶେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କୌଣସି ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି ।

You may have missed