ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ବୁଗୁଡା : ତ ୧୧/୦୪/୨୫ : ଓଡିଶା ସରକାରଙ୍କ ଦ୍ଵାରା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ,ଗୋପବନ୍ଧୁ ଜନ ଆରୋଗ୍ୟ , ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଓ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବାଲିଯାତ୍ରା ପଡିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏ ଅବସରରେ ବୁଗୁଡା ବ୍ଲକ ଅନ୍ତର୍ଗତ ଏ.କରଡାବାଡି , ବାଲିପଦର , ମାଣିତରା ଓ କରଚୁଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ଶୁଭାରମ୍ଭର ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ଜନସାଧାରଣ ଉପଭୋଗ କରିଥିଲେ । ବିଡ଼ିଓ ଦୂତିକୃଷ୍ଣ ପାତ୍ରଙ୍କ ତତ୍ତ୍ବାବଧାନରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କାମାକ୍ଷୀ ବିଷୋୟୀ ଓ ମନୋରଞ୍ଜନ ନାୟକ, କେ.ନୀଳମାଧବ ଆଚାରୀଙ୍କ ସମେତ ସମ୍ପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ଅଧିକାରୀ ଓ କର୍ମଚାରୀ, ପଞ୍ଚାୟତ ଜନପ୍ରତିନିଧି, ବ୍ଲକ କର୍ମଚାରୀ ଏବଂ ମହିଳା ଗୋଷ୍ଠୀ ଉପସ୍ଥିତ ଥିଲେ।